Advertisment

ଛୋଟପରଦାରେ ଡେବ୍ୟୁ କରିବେ ବଲିଉଡ୍‌ର ବେବୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର୍‌ ଖାନ୍‌ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। କାରଣ କରିନା ଏବେ ଛୋଟପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ଟେଳିଭିଜନ୍‌ ଦୁନିଆରେ ଡେବ୍ୟୁ କରିବେ ବୋଲି ତାଙ୍କ ଫ୍ୟାନ୍ସମାନେ ବହୁତ ଉତ୍ସୁକତାର ସହ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିଲେ। ଯାହା ଏବେ ସତ ହେବାକୁ ଯାଉଛି। କରିନା ଏବେ କୌଣସି ସିରିଏଲ୍‌ ନୁହେଁ। ସେ ରିଆଲିଟି ଶୋ’ରେ ଜଜ୍‌ ଭୂମିକାରେ ନଜର ଆସିବେ। କରିନା ଜି ଟିଭିର ରିଆଲିଟି ଶୋ’ […]

ଛୋଟପରଦାରେ ଡେବ୍ୟୁ କରିବେ ବଲିଉଡ୍‌ର ବେବୋ

k66

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର୍‌ ଖାନ୍‌ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। କାରଣ କରିନା ଏବେ ଛୋଟପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ଟେଳିଭିଜନ୍‌ ଦୁନିଆରେ ଡେବ୍ୟୁ କରିବେ ବୋଲି ତାଙ୍କ ଫ୍ୟାନ୍ସମାନେ ବହୁତ ଉତ୍ସୁକତାର ସହ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିଲେ। ଯାହା ଏବେ ସତ ହେବାକୁ ଯାଉଛି।

Advertisment

publive-image

କରିନା ଏବେ କୌଣସି ସିରିଏଲ୍‌ ନୁହେଁ। ସେ ରିଆଲିଟି ଶୋ’ରେ ଜଜ୍‌ ଭୂମିକାରେ ନଜର ଆସିବେ। କରିନା ଜି ଟିଭିର ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ୍‌-୭’ ର ଜଜ୍‌ ହେବେ। ତାଙ୍କ ସହ କୋରିଓଗ୍ରାଫର୍‌ ବୋସକୋ ମାରଟିସ୍‌ ଓ ଇଣ୍ଡିଆନ୍‌ ରାପର୍‌ ରଫତାର୍‌ ମଧ୍ୟ ଏହି ଶୋ’ର ଜଜ୍‌ ହେବେ।

publive-image

ଜି ଟିଭି ତାଙ୍କର ଅଫିସିଆଲ୍‌ ସୋଶାଲ୍‌ ମିଡିଆ ପେଜ୍‌ରେ ଏହି ଶୋ’ର ପ୍ରୋମୋ ଶେଆର୍‌ କରିଛନ୍ତି। ପ୍ରୋମୋରେ କରିନାଙ୍କ ସହ କୋରିଓଗ୍ରାଫର୍‌ ବୋସକୋ ମାରଟିସ୍‌ ଓ ଇଣ୍ଡିଆନ୍‌ ରାପର୍‌ ରଫତାର୍‌ ଙ୍କ ସହ ଅନ୍ୟ ଡ୍ୟାନ୍ସର ମଧ୍ୟ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି।

Advertisment

ସୂଚନା ଅନୁସାରେ, ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସକୁ ନେଇ ଜି ଚ୍ୟାନେଲ ପକ୍ଷରୁ ବହୁ ଦିନରୁ କରିନାଙ୍କ ସହ କଥାବାର୍ତ୍ତା ଚାଲିଥିଲା। ଶେଷରେ କରିନା ଏହି ଶୋ’ର ଜଜ୍‌ ହେବେ ବୋଲି ଗ୍ରାନ୍‌ ସିଗନାଲ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe