Advertisment

ପ୍ରସ୍ତାବିତ 'ଲଭ୍ ଜିହାଦ' ବିଲ୍‌କୁ ନେଇ ଜିଶାନ୍‌ଙ୍କ ଟ୍ୱିଟ୍‌, କହିଲେ ପ୍ରେମ କଲେ ଜେଲ୍ ଯିବାକୁ ପଡ଼ିବ

ମୁମ୍ବାଇ: ମଧ୍ୟପ୍ରଦେଶ ସରକାର ଖୁବ୍ ଶୀଘ୍ର ‘ଲଭ୍ ଜିହାଦ୍’ ଉପରେ ଏକ ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ଆସନ୍ତା ବିଧାନସଭା ଅଧିବେଶନରେ ‘ଲଭ୍ ଜିହାଦ୍’ ବିରୋଧରେ ଏକ ବିଲ୍ ଅଣାଯାଉଛି। ସେ କହିଛନ୍ତି ଯେ ‘ଲଭ୍ ଜିହାଦ୍’ କଲେ ୫ ବର୍ଷ କଠୋର କାରାଦଣ୍ଡ ପାଇଁ ବ୍ୟବସ୍ଥା ହେବ ଓ ଜାମିନ ବିହୀନ ମାମଲା ରୁଜୁ ହେବ। ନରୋତ୍ତମ ମିଶ୍ରଙ୍କ ଏହି ବୟାନରେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ପ୍ରସ୍ତାବିତ 'ଲଭ୍ ଜିହାଦ' ବିଲ୍‌କୁ ନେଇ ଜିଶାନ୍‌ଙ୍କ ଟ୍ୱିଟ୍‌, କହିଲେ ପ୍ରେମ କଲେ ଜେଲ୍ ଯିବାକୁ ପଡ଼ିବ

zeeshan

ମୁମ୍ବାଇ: ମଧ୍ୟପ୍ରଦେଶ ସରକାର ଖୁବ୍ ଶୀଘ୍ର 'ଲଭ୍ ଜିହାଦ୍' ଉପରେ ଏକ ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ଆସନ୍ତା ବିଧାନସଭା ଅଧିବେଶନରେ 'ଲଭ୍ ଜିହାଦ୍' ବିରୋଧରେ ଏକ ବିଲ୍ ଅଣାଯାଉଛି। ସେ କହିଛନ୍ତି ଯେ 'ଲଭ୍ ଜିହାଦ୍' କଲେ ୫ ବର୍ଷ କଠୋର କାରାଦଣ୍ଡ ପାଇଁ ବ୍ୟବସ୍ଥା ହେବ ଓ ଜାମିନ ବିହୀନ ମାମଲା ରୁଜୁ ହେବ। ନରୋତ୍ତମ ମିଶ୍ରଙ୍କ ଏହି ବୟାନରେ ବଲିଉଡ୍ ଅଭିନେତା ଜିଶାନ ଆୟୁବ ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଜିଶାନ ଆୟୁବ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, 'ଭଲପାଇଲେ, ଆପଣଙ୍କୁ ଜେଲ ଯିବାକୁ ପଡିବ!!! କିମ୍ବା ପ୍ରେମ କରିବା ପୂର୍ବରୁ ଧର୍ମ ଦେଖିବାକୁ ପଡ଼ିବ!!! ଭୟଭୀତ ହୁଅ ନାହିଁ, ଘୃଣା କର, କେହି ବି ବାଧା ଦେବେ ନାହିଁ, ବରଂ କରତାଳି ଦିଆଯିବ!! ଲଭ୍ ଜିହାଦ ପରି ମିଥ୍ୟା ପ୍ରସଙ୍ଗ ଉପରେ ଆଇନ ପ୍ରସ୍ତୁତ କରାଯାଉଛି! ବାଃ ସାହେବ ବାଃ !!!' ଜିଶାନ ଆୟୁବ ପ୍ରାୟ ସମୟରେ ନିର୍ଭିକ୍ ଭାବେ ଏଭଳି ସାମାଜିକ ଘଟଣାଗୁଡ଼ିକ ଉପରେ ନିଜର ମତ ପ୍ରକାଶ କରିଥାନ୍ତି। ତାଙ୍କର ଏହି ଟ୍ୱିଟ୍‌ରେ ଲୋକମାନେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

https://twitter.com/Mdzeeshanayyub/status/1328611669166100480?s=20

ସୂଚନାଯୋଗ୍ୟ, ନରୋତ୍ତମ ମିଶ୍ରଙ୍କ ବୟାନ ଅନୁଯାୟୀ ମଧ୍ୟପ୍ରଦେଶରେ ‘ଲଭ ଜିହାଦ’କୁ ରୋକିବା ପାଇଁ ବିଲ୍‌ ଅଣାଯିବ। ଆସନ୍ତା ବିଧାନସଭା ଅଧିବେଶନରେ ଏହାକୁ ଗୃହରେ ଉପସ୍ଥାପନ କରାଯିବ। ଜୋର୍‌ ଜବରଦସ୍ତି ବିବାହ ଓ ଧର୍ମାନ୍ତୀକରଣ କରୁଥିବା ଲୋକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ଏହି ବିଲ୍‌ରେ କରାଯାଇଛି।

Advertisment

ଏହା ବ୍ୟତୀତ ଏହି ବିଲ୍‌ରେ ନିୟମ ରହିବ ଯେ ବିବାହ ପାଇଁ ସ୍ୱେଚ୍ଛାକୃତ ଭାବେ ଧର୍ମପରିବର୍ତ୍ତନ ପାଇଁ ଏକ ମାସ ପୂର୍ବରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବା ବାଧ୍ୟତାମୂଳକ ହେବ।