Advertisment

ଯଲିଉଡ୍‌ ଯିବେ ଜିନା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଲ୍‌ବମ୍‌ରୁ କ୍ୟାରିଅର ଆରମ୍ଭ କରିଥିଲେ ଅଭିନେତ୍ରୀ ଜିନା ସାମଲ। ଗୋଟେ ସମୟ ଥିଲା ଯେତେବେଳେ ତାଙ୍କୁ ‘ଆଲ୍‌ବମ୍ କୁଇନ୍‌’ କୁହାଯାଉଥିଲା। ଆଲ୍‌ବମ୍‌ରେ ତାଙ୍କର ଜବରଦସ୍ତ ଏକ୍ସପ୍ରେସନ୍‌ ଦେଖିବା ପରେ ତାଙ୍କୁ ଫିଲ୍ମର ଅଫର୍‌ ବି ଆସିଥିଲା। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଏ ମନ ଖୋଜେ ମନ ଟିଏ’। ୨୦୧୧ ମସିହାରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ଜିନାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅଭିନେତା ସୁନୀଲ। ଆଲ୍‌ବମ୍ ସହିତ ଉଭୟ ବଡ଼ ଓ ଛୋଟ […]

ଯଲିଉଡ୍‌ ଯିବେ ଜିନା !

jina

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଲ୍‌ବମ୍‌ରୁ କ୍ୟାରିଅର ଆରମ୍ଭ କରିଥିଲେ ଅଭିନେତ୍ରୀ ଜିନା ସାମଲ। ଗୋଟେ ସମୟ ଥିଲା ଯେତେବେଳେ ତାଙ୍କୁ ‘ଆଲ୍‌ବମ୍ କୁଇନ୍‌’ କୁହାଯାଉଥିଲା। ଆଲ୍‌ବମ୍‌ରେ ତାଙ୍କର ଜବରଦସ୍ତ ଏକ୍ସପ୍ରେସନ୍‌ ଦେଖିବା ପରେ ତାଙ୍କୁ ଫିଲ୍ମର ଅଫର୍‌ ବି ଆସିଥିଲା। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଏ ମନ ଖୋଜେ ମନ ଟିଏ’। ୨୦୧୧ ମସିହାରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ଜିନାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅଭିନେତା ସୁନୀଲ।

Advertisment

publive-imageଆଲ୍‌ବମ୍ ସହିତ ଉଭୟ ବଡ଼ ଓ ଛୋଟ ପରଦାରେ ଅଭିନୟ କରିଥିବା ଜିନା ଯଲିଉଡ୍‌ରେ ବି ପାଦ ଥାପିବାକୁ ଆଗ୍ରହୀ।  ନିକଟରେ ଏକ ଚାଟ୍‌ ଶୋ’ରେ ସେ ନିଜେ ଏ ନେଇ କହିଥିଲେ। ସେ କହିଥିଲେ ଯେ ତାଙ୍କୁ ଯଲିଉଡ୍‌ରୁ ଅନେକ ଅଫର୍‌ ମିଳିଛି। ସେମାନେ ଭଲ ପଇସା ଦେବାକୁ ମଧ୍ୟ କହିଛନ୍ତି।

ଜିନା କହିଥିଲେ ଯେ ତାଙ୍କର ବି ଯଲିଉଡ୍ ପ୍ରତି ଆଗ୍ରହ ରହିଛି। ସେ ବି ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ତାଙ୍କ ଅଭିନୟ ଦେଖାଇବାକୁ ଚାହୁଁଛନ୍ତି। ବର୍ତ୍ତମାନ ସମୟ ଅଭାବରୁ ସେ ଯାଇପାରୁ ନଥିବା କହିଥିଲେ। ତେବେ ସେ କେବେ ଯାତ୍ରା ଜଗତରେ ପାଦ ଥାପିବେ, ତାହା ସ୍ପଷ୍ଟ କରି ନଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe