Advertisment

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

ବିଜୁ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ତିଆରି ହୋଇଛି ଆକର୍ଷଣୀୟ ବାଲୁକା କଳା।

author-image
Tapaswini Nayak
ଅଦ୍ୟତନ ହୋଇଛି
Biju patnaik

Biju patnaik

ଆଜି ବିଜୁ ଜୟନ୍ତୀ ତଥା ରାଜ୍ୟ ପଞ୍ଚାୟତିରାଜ ଦିବସ। ୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ। ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ।

Advertisment

୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ। କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ। ଜଣେ ନିର୍ଭିକ ପାଇଲଟ ଭାବେ ମଧ୍ୟ ଥିଲା ତାଙ୍କର ସୁଖ୍ୟାତି। ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା ଇଣ୍ଡୋନେସିଆ। ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର। ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।

ବିଜୁ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ତିଆରି ହୋଇଛି ଆକର୍ଷଣୀୟ ବାଲୁକା କଳା। ବାଲୁକା କଳାକୃତି ମାଧ୍ୟମରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଏକ ସୁନ୍ଦର ବାଲୁକା ନିର୍ମିତ ପ୍ରତିକୃତି ତିଆରି କରିବା ସହିତ, ଟ୍ରିବ୍ୟୁଟ୍ ଟୁ ଦି ଟଲ୍ ମ୍ୟାନ ବିଜୁ ବାବୁ ଏବଂ କଳିଙ୍ଗର ବୀରପୁତ୍ର ବିଜୁବାବୁ ବୋଲି ଲେଖିଛନ୍ତି ସୁଦର୍ଶନ।

Advertisment
BjD Biju Patnaik