Advertisment

୧୬ରେ ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ

ରାତ୍ର ୧୨ଟାରେ ତିନିଠାକୁର କୋଣାର୍କ ଏନଏସି ମଣ୍ଡପରେ ଏକତ୍ରିତ ପରେ ଭୋଗ ଲାଗି ହେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
chandrabhaga

chandrabhaga

ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ। ପ୍ରତ୍ୟୁଷରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ସରିଛି। ସମସ୍ତ
ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ।

Advertisment

ପରମ୍ପରା ଅନୁଯାୟୀମାଧିପୂରର ତ୍ରିବେଣୀଶ୍ୱର ମହାପ୍ରଭୁ କୁରୁଜଙ୍ଗରେ ଦକ୍ଷିଣେଶ୍ୱର ଓ ସନ୍ତପୁରରେଐଶାଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ୧୫ତାରିଖ ଷଷ୍ଠୀ ରାତ୍ରରେ ବିମାନବିଜେ କରାଯିବ। ରାତ୍ର ୧୨ଟାରେ ତିନିଠାକୁର କୋଣାର୍କ ଏନଏସି ମଣ୍ଡପରେ ଏକତ୍ରିତ ପରେ ଭୋଗ ଲାଗି ହେବ।

ତିନି ଠାକୁର ପାରମ୍ପାରିକ ଶୋଭାଯାତ୍ରାରେ ରାତି ୩ଟା ୩୦ରେ ଚନ୍ଦ୍ରଭାଗା ସ୍ନାନ ମଣ୍ଡପରେ ପହଂଚିବା ପରେ ୧୬ ତାରିଖ ଭୋର ୪.୩୪ରେ ଠାକୁରଙ୍କ ମହାସ୍ନାନ ଓ ନୀତି କାନ୍ତି, ସାଧୁସନ୍ଥଙ୍କ ଦ୍ୱାରା ମହାଆଳତି ହେବ। ପରେ ଶ୍ରଦ୍ଧାଳୁ ମାନଙ୍କୁ ବୁଡ ପାଇଁ ଅନୁମତି ଦିଆଯିବ।

Advertisment

 ମାଘ ସପ୍ତମୀରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ଏବେଠୁ ସାଧୁସନ୍ଥ ଓ ନାଗାବାବାଙ୍କ ଭିଡ଼ ଖଣ୍ଡିଗିରି ପାଦଦେଶରେ ଦେଖିବାକୁ ମିଳିଲାଣି । ହରିଦ୍ୱାରଠାରୁ ଆରମ୍ଭ କରି ଜାମ୍ମୁଓକାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଏଠାକୁ ସାଧୁ ସନ୍ୟାସୀଙ୍କ ସୁଅ ଛୁଟିଲାଣି।କିଛି ଦିନ ପରେ ନାଗା ବାବାଙ୍କ ଧୁନରେ ପ୍ରକମ୍ପିତ ହେବ ସାରା ଖଣ୍ଡିଗିରି ପାଦଦେଶ।

Konark