Advertisment

ଆଜି ଧରାପୃଷ୍ଠରୁ ମେଲାଣି ନେବେ ମାଆ ଗଜଲକ୍ଷ୍ମୀ

ମିଳିତ ବଜାର ପୂଜା କମିଟିର ସହମତି କ୍ରମେ ଚଳିତ ବର୍ଷ ଭସାଣ ଉତ୍ସବରେ ଡିଜେ ନ ବଜାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
maa laxmi

maa laxmi

ଆଜି ଧରାପୃଷ୍ଠରୁ  ମେଲାଣି ନେବେ ଧନଧାନ୍ୟାର ଦେବୀ ମାଆ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ୧୧ ଦିନ ବ୍ୟାପି ଚାଲିଥିବା ଲକ୍ଷ୍ମୀପୂଜାର ଆଜି ଭସାଣତ୍ସୋବ। ସକାଳ ୮ଟାରେ ଭସାଣ ଉତ୍ସବର ଶୁଭାରମ୍ଭ ହେବାକୁ ଥିବା ବେଳେ, ସହରର ସମସ୍ତ ୩୮ଟି ଯାକ ପୂଜା କମିଟି ସାମିଲ ହେବେ।

Advertisment

ମୋଟ ୫ଟି ଜଳାଶୟରେ ମୂର୍ତ୍ତି ବିସର୍ଜନ କରାଯିବ। ସେଥିପାଇଁ ପ୍ରସ୍ତୁତି ସରିଛି। ପୁଲିସ ପକ୍ଷରୁ ମୋଟ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାତି ୧୧ଟା ସୁଦ୍ଧା ସମସ୍ତ ପୂଜା ପ୍ରତିଷ୍ଠାନ ଭସାଣ କାର୍ଯ୍ୟକ୍ରମ ସାରିବାକୁ ସ୍ଥିର କରାଯାଇଛି।

ମିଳିତ ବଜାର ପୂଜା କମିଟିର ସହମତି କ୍ରମେ ଚଳିତ ବର୍ଷ ଭସାଣ ଉତ୍ସବରେ ଡିଜେ ନ ବଜାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

Advertisment
Dhenkanal