Advertisment

ଆଜି ପବିତ୍ର ମାଘ ପୂର୍ଣ୍ଣିମା; ଗଜ ଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଦେବ ଦେବ ମହାଦେବ ଶ୍ରୀ ଲୋକନାଥଙ୍କର ମଧ୍ୟ ଆଜି ପଦ୍ମବେଶ କରାଯିବ।

author-image
Tapaswini Nayak
Puri Temple

Puri Temple

ଆଜି ପବିତ୍ର ମାଘ ପୂର୍ଣ୍ଣିମା। ରତ୍ନସିଂହାସନରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ ହୋଇଥାଏ।

Advertisment

ଏହି ସମୟରେ ଶ୍ରୀଜିଉଙ୍କ ପାଖରେ କ୍ଷୀରି, ଅମାଲୁ ଭୋଗ ଓ ସନ୍ଧ୍ୟା ଧୂପ ପୂଜା ହୁଏ । ସନ୍ଧ୍ୟାଧୂପ ଶେଷ ପରେ ସର୍ବସାଧାରଣ ଦର୍ଶନ ବା ସାହାଣ ମେଲା ଅନୁଷ୍ଠିତ ହୁଏ। ସାହାଣ ମେଲା ଦର୍ଶନ ପରେ ମହାସ୍ନାନ ହୋଇ ଶ୍ରୀଜିଉଙ୍କର ଅନ୍ୟାନ୍ୟ ନୀତି କରାଯାଏ।

ଅନ୍ୟପକ୍ଷରେ ଦେବ ଦେବ ମହାଦେବ ଶ୍ରୀ ଲୋକନାଥଙ୍କର ମଧ୍ୟ ଆଜି ପଦ୍ମବେଶ କରାଯିବ। ସୋଲରେ ନିର୍ମିତ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀଲୋକନାଥ। କାହିଁ କେଉଁ ଅନାଦି କାଳରୁ ରଥସାହି ବାହ୍ମଣ ସମାଜ ପକ୍ଷରୁ ପଦ୍ମବେଶ କରାଯାଉଛି। ଶ୍ରୀଲୋକନାଥଙ୍କୁ ମଧ୍ୟ ଖିରୀ ଅମ୍ବାଲୁ ଭୋଗ ଲାଗିଥାଏ।

Advertisment
Puri Shreemandir Puri