Advertisment

ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା;ସ୍ଥାପନା ହେବ ମା’ ଘଟ

ରାଜଧାନୀ ଭୁବନେଶ୍ୱରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ସାଜସଜା କରାଯାଇଛି।

Devi Durga

Devi Durga

Advertisment

ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା। ମା’ଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ। ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ। ଗତକାଲି ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଛି।

Advertisment

ବିଶ୍ୱାସ ରହିଛି ବେଲବୃକ୍ଷରେ ମା’ ବାସ କରନ୍ତି। ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ମହାଷଷ୍ଠୀରେ ବେଲବୃକ୍ଷରୁ ଆଜ୍ଞାମାଳ ଆଣି ମାଙ୍କୁ ମଣ୍ଡପକୁ ଆମନ୍ତ୍ରଣ କରାଯାଇ କଳ୍ପାରମ୍ଭ, ଅଧିବାସ ସମ୍ପନ ହୋଇଛି।
ଦୁର୍ଗାପୂଜା ପାଇଁ ଐତିହ୍ୟ ସହର କଟକରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି।ସୁନାଚାନ୍ଦି ମେଢ଼ରେ ଝଟକୁଛନ୍ତି ମାଆ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ସାଜସଜା କରାଯାଇଛି। ପାର୍ବଣ ପାଇଁ ରାଜଧାନୀରେ ପୁଲିସ ଛାଉଣୀ ରହିଛି। ଦୁର୍ଗାପୂଜା ଲାଗି ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଭୁବନେଶ୍ୱର
ଡିସିପି ପ୍ରତୀକ ସିଂ।

Advertisment

ନୟାପଲ୍ଲୀ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ମଣ୍ଡପ ବୁଲି ସୁରକ୍ଷା ଯାଞ୍ଚ କରିଛନ୍ତି। ଏଥିସହ ପୂଜା ସମୟରେ ଘରୁ ବାହାରକୁ ଯାଉଥିଲେ କ’ଣ କରିବେ ରାଜଧାନୀବାସୀଙ୍କୁ ଦେଇଛନ୍ତି ସୁରକ୍ଷିତ ଆଉ ସତର୍କ ରହିବାର ଟିପ୍ସ। ଘରୁ ବାହାରିବା ସମୟରେ ଆପଣଙ୍କର ଘରେ ସଠିକ୍ ଭାବେ ତାଲା ବ୍ୟବହାର କରନ୍ତୁ। ଯଦି ଆପଣ ଛୁଟିରେ ବାହାରକୁ ଯାଉଛନ୍ତି ଘରକୁ ଅନ୍ୟ କାହା ଦାୟିତ୍ୱରେ ଛାଡ଼ନ୍ତୁ। ଘରେ କୌଣସି
ମୂଲ୍ୟବାନ ସାମଗ୍ରୀ ରଖନ୍ତୁ ନାହିଁ।

ଘର ଆଖପାଖରେ ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖୁଛନ୍ତି ତେବେ ତୁରନ୍ତ 112 କୁ ଫୋନ କରି ଜଣାଇବା ଲାଗି ଡିସିପି ସୂଚନା
ଦେଇଛନ୍ତି।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe