2 ହଜାର କିଲୋ ପିଆଜରେ ସାଣ୍ଟା | Odisha Reporter
ୱାର୍ଲଡ ରେକର୍ଡ କଲା ୧୦୦ ଫୁଟର ପିଆଜ ଓ ବାଲିରେ ତିଆରି ବିଶାଳ 'ସାଣ୍ଟାକ୍ଲଜ୍'। ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ବିଶ୍ୱର ସବୁଠୁ ବଡ଼ ପିଆଜ ସାଣ୍ଟା। ଯାହାକି ୱାର୍ଲଡ ରେକର୍ଡସ ବୁକ୍ ଅଫ୍ ଇଣ୍ଡିଆରେ ସାମିଲ ହୋଇଛି। ବାଲି ସହ ଏଥିରେ ୨ ଟନ୍ର ପିଆଜ ବ୍ୟବହାର କରାଯାଇଛି। ଏହି ବିଶାଳ 'ସାଣ୍ଟାକ୍ଳଜ'ର ଲମ୍ବ ୧୦୦ ଫୁଟ୍, ଉଚ୍ଚତା ୨୦ ଫୁଟ୍ ଏବଂ ଓସାର ୪୦ ଫୁଟ୍। ଏହି ବିଶାଳ ସାଣ୍ଟାକ୍ଲଜକୁ ତିଆରି କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକା କଳା ଅନୁଷ୍ଠାନର ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା ପ୍ରାୟ ୮ ଘଣ୍ଟାର ସମୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
