ପିଆଜରେ ୧୦୦ ଫୁଟର 'ସାଣ୍ଟାକ୍ଲଜ'

  • Published: Monday, 25 December 2023
  • , Updated: 25 December 2023, 06:24 PM IST

ୱାର୍ଲଡ ରେକର୍ଡ କଲା ୧୦୦ ଫୁଟର ପିଆଜ ଓ ବାଲିରେ ତିଆରି ବିଶାଳ 'ସାଣ୍ଟାକ୍ଲଜ୍'। ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ବିଶ୍ୱର ସବୁଠୁ ବଡ଼ ପିଆଜ ସାଣ୍ଟା। ଯାହାକି ୱାର୍ଲଡ ରେକର୍ଡସ ବୁକ୍ ଅଫ୍ ଇଣ୍ଡିଆରେ ସାମିଲ ହୋଇଛି। ବାଲି ସହ ଏଥିରେ ୨ ଟନ୍‌ର ପିଆଜ ବ୍ୟବହାର କରାଯାଇଛି। ଏହି ବିଶାଳ 'ସାଣ୍ଟାକ୍ଳଜ'ର ଲମ୍ବ ୧୦୦ ଫୁଟ୍, ଉଚ୍ଚତା ୨୦ ଫୁଟ୍ ଏବଂ ଓସାର ୪୦ ଫୁଟ୍। ଏହି ବିଶାଳ ସାଣ୍ଟାକ୍ଲଜକୁ ତିଆରି କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକା କଳା ଅନୁଷ୍ଠାନର ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା ପ୍ରାୟ ୮ ଘଣ୍ଟାର ସମୟ। 

Related story