Advertisment

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବଣ୍ଟାଯିବ ୧ ଲକ୍ଷ ତିରୁପତି ଲଡ଼ୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏକ ଲକ୍ଷ ‘ଶ୍ରୀବରୀ ଲଡୁ’ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିବା ଟିଟିଡି ପକ୍ଷରୁ କୁହାଯାଇଛି।

Laddu

Laddu

Advertisment

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯିବ ତିରୁପତିର ପ୍ରସିଦ୍ଧ ‘ଶ୍ରୀବରୀ ଲଡୁ’। ତିରୁପତି ସ୍ଥିତ ବିଶ୍ୱ ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିରକୁ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ (TTD) ପକ୍ଷରୁ ଏହି ଘୋଷଣା କରାଯାଇଛି। ‘ଶ୍ରୀବରୀ ଲଡୁ’ ହେଉଛି ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରସିଦ୍ଧ ପ୍ରସାଦ।

Advertisment

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏକ ଲକ୍ଷ ‘ଶ୍ରୀବରୀ ଲଡୁ’ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିବା ଟିଟିଡି ପକ୍ଷରୁ କୁହାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଏଭି ଧର୍ମା ରେଡ୍ଡୀ କହିଛନ୍ତି, ଭିଭିଆଇପି ଓ ଶ୍ରଦ୍ଧାଳୁମାନଙ୍କୁ ୧ ଲକ୍ଷ ଲଡୁ ବଣ୍ଟାଯିବ। ପ୍ରତ୍ୟେକ ଲଡୁର ଓଜନ ୨୫ ଗ୍ରାମ ରହିବ। ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏକ ଐତିହାସିକ ମୁହୂର୍ତ୍ତ ହେବ। ଟିଟିଡିର ମୂଳ ଲକ୍ଷ୍ୟ ହେଉଛି ହିନ୍ଦୁ ଧର୍ମ, ସଂସ୍କୃତି ଓ ମୂଲ୍ୟବୋଧର ପ୍ରଚାର କରିବା। ତେଣୁ ରାମ ଜନ୍ମଭୂମି ପୂଜାରେ ଯୋଗଦେବାର ସୁଯୋଗ ପାଇବା ଆମ ପାଇଁ ଏକ ସମ୍ମାନ କଥା। 

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ୭ ହଜାର ଲୋକଙ୍କୁ ଆମନ୍ତ୍ରଣ କରିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି।ସେମାନଙ୍କୁ ଭେଟି ନିମନ୍ତ୍ରଣ ଦେବା ପ୍ରକ୍ରିୟା ଜାରି ରହିଛି। ଏହି ଅତିଥି ତାଲିକାରେ ରାଜନେତାଙ୍କଠାରୁ ଆରମ୍ଭ କରି ବଲିଉଡ୍ ଷ୍ଟାର, କ୍ରିକେଟ୍‌ର ଓ ଶିଳ୍ପପତି ଓ ଅନ୍ୟ ଜଣାଶୁଣା ବ୍ୟକ୍ତି ବିଶେଷ ରହିଛନ୍ତି। ଦୂରଦର୍ଶନରେ ପ୍ରସାରିତ ହୋଇଥିବା ପ୍ରସିଦ୍ଧ ‘ରାମାୟଣ’ ଧାରାବାହିକରେ ଭଗବାନ ଶ୍ରୀ ରାମ ଓ ସୀତାଙ୍କ ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅରୁଣ ଗୋଭିଲ ଓ ଦୀପିକା ଚିଖଲିଆଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି।

Advertisment
Tirupati Temple Ram Temple Inauguration Ram Temple Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe