Advertisment

ସରିଲା ଐତିହାସିକ ବାଲିଯାତ୍ରା; ୧୦୦ କୋଟିର ବେପାର!

ରାଜ୍ୟ ଓ ରାଜ୍ୟ ବାହାରର ଛୋଟ ବଡ ମିଶି ୨ହଜାରରୁ ଅଧିକ ବ୍ୟବସ୍ୟାୟୀ ବାଲିଯାତ୍ରାରେ ପସରା ମେଲାଇଛନ୍ତି। ତେବେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବାଲିଯାତ୍ରା ବେଶ ପସନ୍ଦ ଆସିଛି।

author-image
Manoranjan Sial
Bali Yatra

Bali Yatra

ଆଜି ସରିଲା କଟକର ଐତିହାସିକ ବାଲିଯାତ୍ରା। ଫେରେ ଆର ବରଷକୁ ଅପେକ୍ଷା। ଏଥର କିନ୍ତୁ ବାଲିଯାତ୍ରାରୁ ଭରପୁର ମଜା ଉଠାଇଛନ୍ତି ଦର୍ଶକ। ପାଗ ଭଲ ଦେଇଥିବାରୁ ମନପସନ୍ଦର ସାମଗ୍ରୀ କିଣାବିକା ସହିତ ଓଲିଉଡ ଓ ବଲିଉଡ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି। ଚଳିତବର୍ଷ ମେଳାରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟବସାୟ ହୋଇଥିବା ଆକଳନ କରାଯାଉଛି।

Advertisment

ଐତିହାସିକ ବାଲିଯାତ୍ରା ଗତ ୨୭ ତାରିଖରୁ ଆରମ୍ଭ ହୋଇଥିଲା। ଆଠ ଦିନ ଧରି ଲୋକଙ୍କ ଭିଡରେ ଉଛୁଳି ପଡୁଛି ବାଲିଯାତ୍ରା ପଡିଆ। ଐତିହାସିକ ବାଲିଯାତ୍ରାକୁ ଚଳିତବର୍ଷ ବେଶ ଉପଭୋଗ କରିଛନ୍ତି ଲକ୍ଷ ଲକ୍ଷ ଦର୍ଶକ। ରବିବାର ୧୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ମନପସନ୍ଦର ସାମଗ୍ରୀ କିଣାବିକା, ଖିଆପିଆ ସହ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା ଏସିଆ ମହାଦେଶର ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ। ପିଲାଠାରୁ ବୟସ୍କ ହୁଅନ୍ତୁ କି ଯୁବପିଢି ସମସ୍ତେ ବାଲିଯାତ୍ରାକୁ ମନଭରି ଉପଭୋଗ କରିଛନ୍ତି।

ରାଜ୍ୟ ଓ ରାଜ୍ୟ ବାହାରର ଛୋଟ ବଡ ମିଶି ୨ହଜାରରୁ ଅଧିକ ବ୍ୟବସ୍ୟାୟୀ ବାଲିଯାତ୍ରାରେ ପସରା ମେଲାଇଛନ୍ତି। ତେବେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବାଲିଯାତ୍ରା ବେଶ ପସନ୍ଦ ଆସିଛି। ଦେଶରେ ଏତେ ବୃହତ୍ତ ମେଳା କେଉଁଠି ନାହଁ ବୋଲି ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ କହିଛନ୍ତି । ଏଥର ବିକ୍ରିବଟା ଭଲ ହୋଇଥିବା ବେଳେ କେବଳ ଓରମାସ ୩୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି। ସେହିପରି ମେଳାରେ ମୋଟ ୧୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି।

Advertisment
Cuttack Bali Yatra