Advertisment

ଆତ୍ମହତ୍ୟା ନିରୋଧ ଦିବସ: ଓଡିଶାରେ ଦିନକୁ ଆତ୍ମହତ୍ୟା କରୁଛନ୍ତି 15 ଜଣ

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ସର୍ବଶେଷ ତଥ୍ୟ ଅନୁସାରେ ୨୦୨୧ରେ ଭାରତରେ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆତ୍ମହତ୍ୟା ଜୀବନର ଏକ ଅନ୍ତିମ ଘୃଣ୍ୟ ନିଷ୍ପତ୍ତି। କାହା ପ୍ରରୋଚନାରେ ହେଉ କିମ୍ବା କୌଣସି ଦୋଷ-ଦୁର୍ବଳତା କାରଣରୁ ନିଜ ଆତ୍ମାକୁ ନିଜେ ହତ୍ୟା କରିବା ଏକ ଅପରାଧ। ଏହା ଭୁଲ୍, ଘୃଣ୍ୟ ଆଉ ଅପରାଧ ବୋଲି ଜାଣି ମଧ୍ୟ ଅନେକ ଏପରି ଚରମ ନିଷ୍ପତ୍ତି ନିଅନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି କଠୋର ଚରମ ନିଷ୍ପତ୍ତି ନେବାରେ ଓଡିଶା ହାର ସର୍ବାଧିକ। ଆଜ୍ଞା ହଁ, ଏକଥା ଆମେ କହୁନୁ, ରିପୋର୍ଟ ଅନୁସାରେ ଓଡିଶାରେ ପ୍ରତିଦିନ 15 ଜଣ ଆତ୍ମହତ୍ୟା କରୁଛନ୍ତି ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ।

Advertisment

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ସର୍ବଶେଷ ତଥ୍ୟ ଅନୁସାରେ ୨୦୨୧ରେ ଭାରତରେ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ରିପୋର୍ଟ କହୁଛି, ଜାତୀୟ ହାର ଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ। ଓଡ଼ିଶାରେ ୫ ହଜାର ୬ଶହ  ୫୧ ଜଣ ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ଏଥିରେ ୪ ହଜାର ୪ଶହ ୧୨ ଜଣ ପୁରୁଷ ଥିବାବେଳେ ୧୨ଶହ ୩୯ ମହିଳା ଅଛନ୍ତି । 

ରିପୋର୍ଟକୁ ବିଚାର କଲେ ରାଜ୍ୟରେ ପ୍ରତିଦିନ ହାରାହାରି ୧୫ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ସାରା ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୩.୪% ଲୋକ ହେଉଛନ୍ତି ଓଡ଼ିଶାର। ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ପାରିବାରିକ କଳହ ଯୋଗୁଁ ଓଡ଼ିଶାରେ ସର୍ବାଧିକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। 

Advertisment

ପାରିବାରିକ କଳହ ଯୋଗୁଁ ୭୧% ଲୋକ ଆତ୍ମହତ୍ୟା କରୁଥିବା ଏନସିଆରବି ରିପୋର୍ଟ କରିଛି। ଆଜି ସମଗ୍ର ବିଶ୍ବରେ ଆତ୍ମହତ୍ୟା ରୋକିବା ପାଇଁ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଏ। ମାତ୍ର ଏହି ସଂଖ୍ୟା କମିବା ପରିବର୍ତ୍ତେ ଏତେ ମାତ୍ରାରେ ବୃଦ୍ଧି ପାଇବା ନିହାତି ପକ୍ଷେ ଚିନ୍ତାଜନକ।