Advertisment

ମହାପ୍ରଭୁଙ୍କ ଅଣସର ନୀତି ପାଇଁ ପହଞ୍ଚିଲା ୩ କ୍ୱିଣ୍ଟାଲ୍‌ ବାସୁଙ୍ଗା ପାଟ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ ଦିଆଯାଇଥିଲା।

ଅଦ୍ୟତନ ହୋଇଛି
Puri

Puri

Advertisment

ଜୁନ୍ ୨୨ ତାରିଖରେ ହେବ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନୀତି ଥିବାରୁ ଏଥିପାଇଁ ଗୁପ୍ତ ନୀତି ପାଇଁ ଆବଶ୍ୟକ ଦ୍ରବ୍ୟ ଅଣାଯାଇଛି। ଏଥି ମଧ୍ୟରୁ ବାସୁଙ୍ଗା ପାଟ ଘଣା ଲାଗି ସମୟରେ ଆବଶ୍ୟକ ଥିବାରୁ ଆଜି ଏହି ପାଟକୁ ଆଣାଯାଇଛି। ମୋଟ ୩ କ୍ୱିଣ୍ଟାଲ ବାସୁଙ୍ଗା ପାଟ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି।

Advertisment

କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏକ ଗାଡ଼ି ଯୋଗେ ଏହି ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ ଦିଆଯାଇଥିଲା। ପୂର୍ବରୁ ଏହି ପାଟର ସାମ୍ପୁଲ ଚିହ୍ନଟ ଲାଗି ବାଡ଼ଗ୍ରାହୀ ସେବକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସଂପୃକ୍ତ ପାଟର ମାନ ଅନୁଧ୍ୟାନ କରିବା ପରେ ପ୍ରଶାସନ କିଣିବା ଲାଗି ବରାଦ ଦେଇଥିଲା। ଏହା ଆଜି ଶ୍ରୀ କ୍ଷେତ୍ରରେ ପହଞ୍ଚିଛି। 

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe