ଅବିଶ୍ୱସନୀୟ! ବିରାଟଙ୍କ ୪୮ରୁ ୪୦ ଶତକରେ ଜିତିଛି ଟିମ ଇଣ୍ଡିଆ

ଆଜି ହେଉଛି ସେହି ମହାନ କ୍ରିକେଟରଙ୍କ ଜନ୍ମ ଦିନ। ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି ବିରାଟ। ଜନ୍ମ ଦିନରେ ଆଜି ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବେ।

Virat

ବିରାଟ କୋହଲି

Hemant Lenka
  • Published: Sunday, 05 November 2023
  • Updated: 05 November 2023, 07:26 AM IST

ରନ ମେସିନ। କିଙ୍ଗ କୋହଲି। ଗ୍ରେଟେଷ୍ଟ ଅଫ ଅଲ ଟାଇମ। ଏମିତି କେତେ କ’ଣ ଆଖ୍ୟା ଦେଲେ ମଧ୍ୟ ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲିଙ୍କ ପାଇଁ କମ୍ ପଡ଼ିବ। ଭାରତୀୟ କ୍ରିକେଟକୁ କପିଲ ଦେବ, ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଯଦି କେହି ସର୍ବୋଚ୍ଚ ସ୍ତରକୁ ନେଇଛନ୍ତି, ତା’ହେଲେ ସେ ହେଉଛନ୍ତି ବିରାଟ କୋହଲି।

କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସକୁ ବିରାଟମୟ କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ ବ୍ୟାପକ ପ୍ରସ୍ତୁତି କରିଛି। ମ୍ୟାଚ୍‌ ପୂର୍ବରୁ ପଡ଼ିଆରେ ବିରାଟଙ୍କ ଜନ୍ମଦିନ ପାଳନ କରାଯିବ। ସେହିପରି ବିରାଟ ତାଙ୍କ ଜନ୍ମ ଦିନରେ ନିଜ ଦିନିକିଆ କ୍ୟାରିୟରର ୪୯ତମ ଶତକ ହାସଲ କରି ଏହାକୁ ଆହୁରି ସ୍ମରଣୀୟ କରିବେ ବୋଲି ମଧ୍ୟ ସମସ୍ତେ ଆଶା କରିଛନ୍ତି।

ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ଜିତିବା ପରେ ବିରାଟ ଭାରତୀୟ ଟିମରେ ସାମିଲ ହୋଇଥିଲେ। ୨୦୦୮ରୁ ସେ ନିରବଚ୍ଛିନ୍ନ ଭାବେ ଭାରତୀୟ ଟିମକୁ ନିଜର ସେବା ଯୋଗାଇ ଆସୁଛନ୍ତି। ଧୋନିଙ୍କ ପରେ ବିରାଟଙ୍କୁ ଭାରତର କମାଣ ମିଳିଥିଲା। ସେ ଟେଷ୍ଟରେ ଦେଶକୁ ୧ନଂ ମଧ୍ୟ କରିଥିଲେ। ୨୦୧୯ ବିଶ୍ୱକପ ସେମି ଫାଇନାଲରେ ମଧ୍ୟ ଭାରତ ବିରାଟଙ୍କ କ୍ୟାପ୍ଟେନ୍ସିରେ ପ୍ରବେଶ କରିଥିଲା। ହେଲେ ବିରାଟଙ୍କ ଅମଳରେ ଦେଶ ଆଇସିସିର କୌଣସି ଟ୍ରଫି ନ ଜିତିବା ଏକ ନୈରାଶ୍ୟଜନକ ଅଧ୍ୟାୟ ସୃଷ୍ଟି କରିଛି।

ତଥାପି ବିରାଟ ନିଜକୁ ଗ୍ରେଟେଷ୍ଟ ଅଫ ଅଲ ଟାଇମ ବା ଗୋଟ ଭାବେ ଗଢ଼ି ତୋଳିଛନ୍ତି। ସେ ଏକାକୀ ଭାରତକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି। ବିରାଟ ତାଙ୍କ କ୍ରିକେଟର କ୍ୟାରିୟର ମଧ୍ୟରେ ଅନେକ ମାଇଲଷ୍ଟୋନ ସ୍ଥାପନ କରିଛନ୍ତି। ସେ ଦ୍ରୁତତମ ବ୍ୟାଟର ଭାବେ ଦିନିକିଆରେ ୫୦ତମ ଶତକ ହାସଲ କରିବାର ଅତି ନିକଟରେ ପହଞ୍ଚି ଯାଇଛନ୍ତି। ମହା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ୪୯ଟି ଶତକ ଥିବା ବେଳେ ବିରାଟ ଏଯାଏ ୪୮ଟି ସେଞ୍ଚୁରୀ ହାସଲ କରି ସାରିଲେଣି।

ଚଳିତ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୯୫ ରନ କରିଥିଲେ। ସେହିପରି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୮୮ ରନ ମାରିଥିଲେ। ଶତକରୁ ଅଳ୍ପ ଦୂରରେ ରହି ଯାଇଥିବା ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନୂଆ କୀର୍ତ୍ତିମାନ ହାସଲ କରିବେ ବୋଲି ସମସ୍ତେ ଆଶା କରିଛନ୍ତି।

ସବୁଠାରୁ ଅବିଶ୍ୱସନୀୟ ଓ ଅଦ୍ଭୂତ କଥା ହେଲା ଯେ ବିରାଟ ହାସଲ କରିଥିବା ୪୮ଟି ଶତକ ମଧ୍ୟରୁ ଭାରତ ୪୦ଟି ମ୍ୟାଚ୍‌ରେ ଜିତିଛି। ତେନ୍ଦୁଲକରଙ୍କ ୪୯ଟି ଶତକରୁ ଭାରତ ୩୩ଟିରେ ଜିତିଥିଲା। କିନ୍ତୁ ବିରାଟ ତାଙ୍କ ଠାରୁ ଅଧିକ ୭ଟି ମ୍ୟାଚ୍‌ରେ ଶତକ ହାସଲ କରି ଦେଶକୁ ଜିତାଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ ଏଯାଏ ୭୮ଟି ଶତକ ଥିବା ବେଳେ ଭାରତ ୫୪ଟିରେ ଜିତିଛି। ତେବେ ଏହି ମାମଲାରେ ବିରାଟ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଠାରୁ ଗୋଟିଏ ଶତକ ପଛରେ ରହି ଯାଇଛନ୍ତି। ପଣ୍ଟିଂଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୫୫ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିଲା। ତେବେ ବିରାଟଙ୍କ ପାଖରେ ଏହାକୁ ଅତିକ୍ରମ କରିବାକୁ ଯଥେଷ୍ଟ ସୁଯୋଗ ଓ ସମୟ ରହିଛି।

ସଂକ୍ଷେପରେ ବିରାଟଙ୍କ ଶତକ

ଅନ୍ତର୍ଜାତୀୟ କ୍ରିକେଟ: ୭୮

ଦିନିକିଆ- ୪୮

ଭାରତର ବିଜୟ-୪୦

୩ନଂରେ ଶତକ- ୪୧

ରନ ଚେଜରେ ଶତକ- ୨୭

ସଫଳତାର ସହ ରନ ଚେଜ – ୨୩

ଭାରତରେ ଶତକ-୨୩

୨୦୨୩ରେ ଶତକ-୪

ବିଶ୍ୱକପ- ୩

ବିଶ୍ୱକପ ରନ ଚେଜ- ୧

ଆଇସିସି ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ( ଦିନିକିଆ ବିଶ୍ୱକପ୍‌, ଟି୨୦ ବିଶ୍ୱ କପ୍, ଚାମ୍ପିୟନ୍ସ ଟ୍ରଫି)ରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ହେଉଛନ୍ତି ବିରାଟ। ସେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୫ ରନର ଇନିଂସ ଖେଳିଥିଲେ। ଏହାପରେ ସେ ୬୪ଟି ଇନିଂସରୁ ୨୭୮୫ ରନ୍ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ।

ସଚିନ ୫୮ଟି ଇନିଂସରୁ ୨୭୧୯ ରନ୍ କରିଥିବା ବେଳେ ବିରାଟ ୬୪ଟି ଇନିଂସରେ ତାଙ୍କୁ ଅତିକ୍ରମ କରିଥିଲେ। ସଚିନ ଦିନିକିଆ ବିଶ୍ୱକପରେ ୪୫ଟି ଇନିଂସରୁ ୨୨୭୮ ରନ୍ ଓ ଚାମ୍ପିୟନ୍ସ ଟ୍ରଫିରେ ୧୪ଟି ଇନିଂସରୁ ୪୪୧ ରନ୍ କରିଥିଲେ।

ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା। ସେ ୬୪ଟି ଇନିଂସରୁ ୨୪୨୨ ରନ୍ କରିଥିବା ବେଳେ ଯୁବରାଜ ସିଂହ (୬୨ଟି ଇନିଂସରୁ ୧୭୦୭ ରନ୍‌) ଓ ସୌରଭ ଗାଙ୍ଗୁଲି (୩୨ଟି ଇନିଂସରୁ ୧୬୭୧ ରନ୍‌) କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।

ଏହାବାଦ ଚଳିତ ବିଶ୍ୱକପରେ ବିରାଟ ବାଂଲାଦେଶ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ୪୮ମ ଶତକ ହାସଲ କରିଥିଲେ। ୯୭ ବଲରେ ଅପରାଜିତ ୧୦୩ ରନର ରେକର୍ଡ ବ୍ରେକିଂ ଇନିଂସ ବଳରେ ବିରାଟ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନର ମାଇଲଖୁଣ୍ଟକୁ ଅତିକ୍ରମ କରିଥିଲେ।

ବିରାଟ ଏଯାଏ ଦିନିକିଆରେ ୪୮ଟି, ଟେଷ୍ଟରେ ୨୯ଟି ଓ ଟି-୨୦ରେ ଗୋଟିଏ ଶତକ ମାରିଛନ୍ତି। ବାଂଲାଦେଶର ଦ୍ରୁତ ବୋଲର ହାସନ ମହମୁଦଙ୍କୁ ଛକା ମାରି ବିରାଟ ୨୬ ହଜାର ରନର କୀର୍ତ୍ତିମାନ ହାସଲ କରିଥିଲେ। ୨୬ ହଜାର ରନ ହାସଲ କରିବାରେ ସେ ସଚିନଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସଚିନ ୬୦୦ ଇନିଂସରେ ୨୬ ହଜାର ରନ କରିଥିଲେ। କିନ୍ତୁ ବିରାଟ ୫୬୭ଟି ଇନିଂସରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଏହାବାଦ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ୨୫,୯୫୭ ରନର ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି। ଏହି ତାଲିକାର ୧ ନଂ ସ୍ଥାନରେ ସଚିନ ତେନ୍ଦୁଲକର(୩୪,୩୫୭), କୁମାର ସାଙ୍ଗାକାରା(୨୮,୦୧୬) ଓ ରିକି ପଣ୍ଟିଂ(୨୭,୪୮୩) ରହିଛନ୍ତି।

ଗୁରୁବାର ବିରାଟ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ରେକର୍ଡ ଭାଙ୍ଗିଥିଲେ। ସେ ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ପରେ ତୃତୀୟ ଭାରତୀୟ ଭାବେ ୨୦୨୩ରେ ଦିନିକିଆ କ୍ରିକେଟରେ ୧ହଜାର ରନ ପୂରଣ କରିଥିଲେ। ଏହାବାଦ ବିଶ୍ୱର ୪ର୍ଥ ବ୍ୟାଟର ଭାବେ ଚଳିତ ବର୍ଷ ୫୦ ଓଭର ଫର୍ମାଟରେ ହଜାରେ ରନ ପୂରଣ କରିବା ତାଲିକାରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଏହି ତାଲିକାରେ ରୋହିତ ଓ ଗିଲଙ୍କ ବ୍ୟତୀତ ଶ୍ରୀଲଙ୍କାର ପଥୁମ ନଶଙ୍କା ରହିଛନ୍ତି।

ବିରାଟ ଚଳିତ ବର୍ଷ ଦିନିକିଆ ମ୍ୟାଚ୍‌ରେ ୧ ହଜାର ରନ ପୂରଣ କରିବେ ପାଇଁ ୨୩ ମ୍ୟାଚର ସହାୟତା ନେଇଛନ୍ତି। ୧୦୦୦ ରନ ପୂରଣ କରି ବିରାଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସଚିନ ଏଯାଏ ସର୍ବାଧିକ ଥର ଦିନିକିଆରେ ୧ ହଜାର ରନ ହାସଲ କରିଥିଲେ। କିନ୍ତୁ ବିରାଟ ତାଙ୍କୁ ଆଜି ଅତିକ୍ରମ କରି ଯାଇଛନ୍ତି।

ତେନ୍ଦୁଲକର ୭ଟି କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ଲେଖାଏ ହାସଲ କରିଥିଲେ। ବିରାଟ ଏବେ ୮ମଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧ ହଜାର ରନ ପୂରଣ କରିଛନ୍ତି।

ବିରାଟ ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୨୮, ୨୦୧୯ ଓ ୨୦୨୩ ବର୍ଷରେ ଦିନିକିଆରେ ହଜାରେ ରନ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର ୧୯୯୪, ୧୯୯୬,୧୯୯୭,୧୯୯୮,୨୦୦୦, ୨୦୦୩ ଓ ୨୦୦୭ ବର୍ଷରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story