Advertisment

କେଉଁଠି ନିଆଁରେ ଚାଲନ୍ତି ତ ଆଉ କେଉଁଠି ଫୁଟେ ଗୁଳି: ଭାରତର ୫ ବିରଳ ହୋଲି ପରମ୍ପରା

କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ।

ଅଦ୍ୟତନ ହୋଇଛି
Holi

Holi

Advertisment

ହୋଲି ହେଉଛି ରଙ୍ଗର ପର୍ବ। ହୋଲି ଆନନ୍ଦ ଓ ଉଲ୍ଲାସର ପର୍ବ। ଏହା ଭାଇଚାର ଓ ସମ୍ପର୍କକୁ ମଜବୁତ କରିଥାଏ। ଶୁକ୍ରବାର ଅର୍ଥାତ ଦୋଳ ପୂର୍ଣ୍ଣିମାରେ କିଛି ସ୍ଥାନରେ ହୋଲି ପାଳନ କରାଯାଇଛି। ଶନିବାର ମଧ୍ୟ ହୋଲି ପାଳନ ହେଉଛି। ସମସ୍ତେ ଏହାକୁ ସ୍ୱତନ୍ତ୍ର ଓ ନିଆଁ ଢଙ୍ଗରେ ପାଳନ କରୁଛନ୍ତି। ନାଚଗୀତରେ ପୂରା ପରିବେଶ ରଙ୍ଗାୟତ ହେଉଛି। କିନ୍ତୁ ଭାରତର ଏମିତି କିଛି ଗାଁ ରହିଛି, ଯେଉଁଠାରେ ଅତ୍ୟନ୍ତ ବରିଳ ଓ ଆଶ୍ଚର୍ଯ୍ୟଚକିତ କରିବା ଭଳି ପରମ୍ପରା ଅନୁସାରେ ରଙ୍ଗର ପର୍ବ ହୋଲିକୁ ପାଳନ କରାଯାଏ।

Advertisment

କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ। ଏପରି ପରମ୍ପରାକୁ ପିଢ଼ିପିଢ଼ି ଅନୁସରଣ ବି କରାଯାଉଛି।

୧- କେବଳ ମହିଳାମାନେ ପାଳନ କରନ୍ତି ହୋଲି: ରାଜସ୍ଥାନର ନଗର ଗାଁରେ ହୋଲି କଡ଼ାକଡ଼ି ଭାବେ କେବଳ ମହିଳାଙ୍କ ଉତ୍ସବ ଭାବେ ପାଳନ କରାଯାଏ। ହୋଲି ୫୦୦ ବର୍ଷ ଧରି ମହିଳାମାନେ ଗାଁରେ ଏହାକୁ ପାଳନ କରୁଛନ୍ତି। ହୋଲି ଦିନ ସକାଳୁ ୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ପୁରୁଷ ଗାଁ ବାହାରୁ ଯିବାକୁ ବାଧ୍ୟ। ଗାଁରୁ ବାହାରି ସେମାନେ ଉପକଣ୍ଠରେ ଥିବା ମନ୍ଦିରରେ ଏକାଠି ହୁଅନ୍ତି। ଏହାପରେ ସେଠାରେ ପୂରା ଦିନ ମେଳା ଓ ଅନ୍ୟ ଧାର୍ମିକ କାର୍ଯ୍ୟରେ ଅତିବାହିତ କରନ୍ତି।

Advertisment
Holiହୋଲି

ଗାଁ ପୁରୁଷ ଶୂନ୍ୟ ରହିଥିବାରୁ ମହିଳାମାନେ ନିଜ ଇଚ୍ଛାରେ ହୋଲି ଖେଳନ୍ତି। ସେମାନେ ପରସ୍ପରକୁ ରଙ୍ଗ ବୋଳିବା ସହ ପୁରୁଷଙ୍କ ଭଳି ପୋଷାକ ପିନ୍ଧି ହାସ୍ୟରୋଳରେ ମାତନ୍ତି। ଯଦି କେହି ପୁରୁଷ ହୋଲି ପାଳନ ବେଳେ ଘରେ କିମ୍ବା ଗାଁରେ ଥିବା ଜଣାପଡ଼େ, ତା’ହେଲେ ତାଙ୍କୁ ଦଣ୍ଡ ମିଳିବାର ପ୍ରାବଧାନ ରହିଛି। ଏପରି କି ଉକ୍ତ ବ୍ୟକ୍ତିଙ୍କୁ ନିର୍ବାସନ ଦଣ୍ଡ ବି ମିଳିପାରେ। ତେବେ ହୋଲିର ଦିନକ ପରେ ପୁରୁଷ ଓ ମହିଳାମାନେ ଏକାଠି ହୋଲି ଖେଳିବାର ସୁଯୋଗ ପାଆନ୍ତି।

୨- ଗୁଳି ଫୁଟାଇ ଓ ଖଣ୍ଡା ବୁଲାଇ ପାଳନ କରାଯାଏ ହୋଲି: ରାଜସ୍ଥାନର ଉଦୟପୁରରେ ରହିଥିବା ଗୋଟିଏ ଗାଁ ହେଲା ମିନାର। ଗାଁର ଲୋକମାନେ ଗୁଳି ଫୁଟାଇ ଓ ଖଣ୍ଡା ବୁଲାଇ ହୋଲି ପାଳ କରନ୍ତି। ସେମାନେ ରଙ୍ଗ ବଦଳରେ ଏପରି ଢଙ୍ଗରେ ହୋଲି ମନାଇ ଥାଆନ୍ତି। ଏହି ପରାମ୍ପରା ବାରୁଦ କି ହୋଲି ଭାବେ ପରିଚିତ। ୪୦୦ ବର୍ଷ ହେଲା ଏପରି କରାଯାଉଛି। ଗାଁର ଲୋକମାନେ ମୋଗଲଙ୍କ ବିରୋଧରେ ଲଢ଼ିଥିବରା କୁହାଯାଏ। ସେମାନଙ୍କୁ ମନେପକାଇ ଏପରି କରାଯାଏ। ହୋଲିର ଗୋଟିଏ ଦିନ ପରେ ଜାମରା ବୀଜରେ ପୁରୁଷମାନେ ସ୍ୱତନ୍ତ୍ର ଡ୍ୟାନ୍ସ ସହ ଖଣ୍ଡା ଓ ବାଡ଼ି ବୁଲାନ୍ତି। ମହିଳାମାନେ ବୀରତାର ଗୀତ ଗାଆନ୍ତି। ଭୋର ଯାଏ ବିଭିନ୍ନ ସ୍ଥାନରେ ଗୁଳି ଫୁଟା ଯାଏ ଓ ବାଣ ମରାଯାଏ।

୩- ବାଗେଶ୍ୱରରେ ପାଳନ ହୁଏନି ହୋଲି : ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲା ଅନ୍ତର୍ଗତ ପ୍ରାୟ ୧୨ଟି ଗାଁରେ ହୋଲି ସଂପୂର୍ଣ୍ଣ ଭାବେ ବ୍ୟାନ। ହୋଲି ପାଳନ ଦ୍ୱାରା ଈଶ୍ୱର କୋପ କରନ୍ତି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ଓ ରୋଗ ଦ୍ୱାରା ଲୋକଙ୍କୁ ଦଣ୍ଡ ଦିଅନ୍ତି ବୋଲି ଗାଁ ଲୋକ ବିଶ୍ୱାସ କରନ୍ତି। ପରମ୍ପରା ଅନୁସାରେ ପିଢ଼ିପିଢ଼ି ପରେ ଲୋକମାନେ ହୋଲିରେ ରଙ୍ଗ ଖେଳନ୍ତି ନାହିଁ। କୌଣସି ଗୀତ, ନାଚର ଆୟୋଜନ କରନ୍ତିନି। ଏପରି କି ପାରମ୍ପରିକ ତିଲକ ମଧ୍ୟ ମଥାରେ ଲଗାଯାଏ ନାହିଁ। ଭୟ ଏତେ ମାତ୍ରାରେ ସେମାନଙ୍କୁ କାବୁ କରିଛି ଯେ ଶିକ୍ଷିତ ଗ୍ରାମବାସୀ ମଧ୍ୟ ଏହି ପରମ୍ପରାକୁ ଭାଙ୍ଗିବାକୁ ଆଜି ଯାଏ ସାହାସ ଦେଖାଇ ନାହାନ୍ତି।

କିଛି ଗାଁରେ ୯୦ ବର୍ଷ ତଳୁ ହୋଲି ପାଳନ ହେଉନି। ହୋଲି ପାଳନ ଯୋଗୁ ଗାଁରେ ଥିବା ଧର୍ମୀୟ ପତାକା ଚୋରି ହୋଇଯାଇଥିଲା। ସେବେଠାରୁ କେହି ବି ପୁଣି ହୋଲି ଖେଳିବାକୁ ସାହାସ ଦେଖାଇ ନାହାନ୍ତି। କିଛି ଲୋକ ହୋଲି ପାଳନ କରିବାକୁ ଚାହୁଁଥିଲେ ହେଁ ସାମାଜିକ ବାସନ୍ଦ ଭୟରେ ସେମାନେ ଏଥିରୁ ଦୂରେଇ ରହିବାକୁ ବାଧ୍ୟ ହେଉଛନ୍ତି।

୪- ନିଆଁରେ ଚାଲି ପାଳନ ହୁଏ ହୋଲି: ରାଜସ୍ଥାନର କୋକାପୁର ବେଶ ନିଆରା ଢଙ୍ଗରେ ହୋଲି ପାଳନ କରାଯାଏ। ହୋଲିକା ଦହନ ପରେ ଗ୍ରାମବାସୀମାନେ ନିଆଁରେ ଚାଲିଥାଆନ୍ତି। ଉତ୍ତମ ସ୍ୱାସ୍ଥ୍ୟ ଓ ସୌହାର୍ଦ୍ଦ୍ୟ ପାଇଁ ଏପରି କରାଯିବାର ପରମ୍ପରା ରହିଛି। ଏହା ପିଢ଼ି ପରେ ପିଢ଼ି ଚାଲିଛି।

Holiହୋଲି

୫- ସପ୍ତାହକ ଆଗରୁ ପାଳନ ହୁଏ ହୋଲି : ଛତିଶଗଡ଼ର ସେମରା ଦେଶର ଏକମାତ୍ର ଗାଁ ଯେଉଁଠି ରଙ୍ଗର ଉତ୍ସବ ହୋଲି ଗୋଟିଏ ସପ୍ତାହ ଆଗରୁ ପାଳନ କରାଯାଏ। ଏହି ପରମ୍ପରା ଅନୁସାରେ ସେମରା ଗାଁର ଲୋକମାନେ ଦୀପାବଳି ଓ ହାରେଲି ମଧ୍ୟ ଅନ୍ୟମାନଙ୍କ ତୁଳନାରେ ସପ୍ତାହକ ଆଗରୁ ପାଳନ କରନ୍ତି। କ’ଣ ପାଇଁ ଏପରି ପରମ୍ପରା ଆରମ୍ଭ କରାଯାଇଥିଲା, ତା’ର କାରଣ କାହାକୁ ଜଣା ନାହିଁ।

କିନ୍ତୁ ଗାଁ ଲୋକମାନେ ବିଶ୍ୱାସ କରନ୍ତି ଯେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟରୁ ସୁରକ୍ଷା ଦେବା ପାଇଁ ଏହି ପରମ୍ପରା ଆରମ୍ଭ କରାଯାଇଛି। ସରଦାର ଦେବ ମନ୍ଦିରରେ ପ୍ରାର୍ଥନା କରାଯାଇ ଏହା ଆରମ୍ଭ ହୁଏ। ସେଠାକୁ କେବଳ ପୁରୁଷମାନଙ୍କୁ ଯିବାକୁ ଅନୁମତି ଥାଏ। ପ୍ରାର୍ଥନା ପରେ ଲୋକମାନେ ଗାଁରେ ପରସ୍ପରକୁ ରଙ୍ଗ ବୋଳି ହୋଲି ଉତ୍ସବ ପାଳନ କରନ୍ତି।

Holi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe