Advertisment

ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ; ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।

ଅଦ୍ୟତନ ହୋଇଛି
President Murmu

President Murmu

Advertisment

ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ ଭାରତ ଆଜି ପାଳୁଛି ତାର ୭୫ତମ ଗଣଣତନ୍ତ୍ର ଦିବସ। ଆଜିର ଏହି ପବିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ।

Advertisment

ଏହି ସମୟରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚଳିତ ବର୍ଷର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଉପସ୍ଥିତ ଥିଲେ। ଏଥିସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଥିଲେ। ପତାକା ଉତ୍ତୋଳନ ପରେ ପରେଡରେ ଅଭିଭାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।

Advertisment

ଏହାପରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର T-90 ଭୀଷ୍ମ ଟ୍ୟାଙ୍କ, ନାଗ୍‌ ମିଜାଇଲ୍‌, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସି, ମଲ୍ଟି ଫଙ୍କସନ (MF) ରାଡାର ପ୍ରଦର୍ଶିତ ହୋଇଛି।

ସେହିପରି ୩ ବାହିନୀର ମହିଳା ଅଫିସରଙ୍କ ବୀରତ୍ୱ ପ୍ରଦର୍ଶନ ହୋଇଛି। ପ୍ରଥମ କରି ସେନା ବାହିନୀର ମେଡିକାଲ ମହିଳା କଣ୍ଟିଜେଣ୍ଟ ସାମିଲ୍ ହୋଇଛନ୍ତି। 

Republic Day PM Narendra Modi France President President Murmu 75th Republic Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe