Advertisment

ଆଜିଠୁ ବାଲିଯାତ୍ରା; ଲାଗିଛି ୧୪ଶହ ଷ୍ଟଲ୍

ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡ଼ିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି।

ଅଦ୍ୟତନ ହୋଇଛି
Baliyatra

Baliyatra

Advertisment

ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ନୌବାଣିଜ୍ୟ ପରମ୍ପରାର ସ୍ମୃତି  ଓ ସ୍ମାରକୀ ବହନ କରୁଥିବା ଏହି ବାଲିଯାତ୍ରା ଆଜି ସଂନ୍ଧ୍ୟାରେ ଉଦଘାଟିତ ହେବ। ପରଂପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଏହାର ଶୁଭାରମ୍ଭ ହୋଇଥାଏ।। ଚଳିତ ବର୍ଷ  ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବ ରାଜ୍ୟର ପ୍ରଥମ ଥର ପାଇଁ ହେଉଥିବା ଫିସ୍  ଆକ୍ବାରିୟମ ଟନେଲ।

Advertisment

ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି। କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ଏଥିସହିତ ୩୦ ଫୁଟ୍ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍, ଲେଜର ଶୋ’ ଆଦି କରାଯାଇଛି।

ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି।ସେହପରି ଭଳିକି ଭଳି ଜିନିଷ ସାଙ୍ଗକୁ ଖାଦ୍ୟପେୟ ଷ୍ଟଲ ଏହା ଭିତରେ ଭରି ରହିଛି। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ  ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment
Cuttack Baliyatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe