Adibasi Mela
ଆସନ୍ତା ୨୬ତାରିଖରୁ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳା ୧୧ଦିନ ଧରି ଚାଲିବ । ଏହି ମେଳା ଅପରାହ୍ନ ସାଢ଼େ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ରହିବ । ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟିି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଏହି ମେଳା ଆୟୋଜିତ ହେବ । ଚଳିତବର୍ଷ ଆଦିବାସୀ ହାଟରେ ମୁଖ୍ୟତଃ କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବା, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଓ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗ ଦେବେ ।
୧୧ଦିନ ଧରି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୩୯ଟି ସାଂସ୍କୃତିକ ଗୋଷ୍ଠୀ ଆଦିବାସୀ ନୃତ୍ୟ ପରିବେଷଣ କରିବା ସହ ବିଭାଗ ଦ୍ୱାରା ଆୟୋଜିତ ନାଟକ ମଂଚସ୍ଥ ହେବ । ଫେବୃୟାରୀ ୩ରୁ ୫ ତାରିଖ ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ଦ୍ୱାରା ବହୁଭାଷୀ ନାଟକ ଆୟୋଜିତ ହେବ । ଏହି ମେଳାରେ ଏସଏଚଜିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ଉତ୍ପାଦିତ କଳା ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ କରାଯିବ ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଏହି ପାରମ୍ପରିକ ଆଦିବାସୀ ମେଳାର ସ୍ଥାନ ପରିବର୍ତ୍ତନ କରି ୟୁନିଟ୍ - ୩ସ୍ଥିତ ପ୍ରଦର୍ଶନୀ ପଡ଼ିଆକୁ ଆଣିଥିଲେ । ମାତ୍ର ପରେ ବିରୋଧ ହେବାରୁ ପୁଣିଥରେ ନିଜର ପୁରୁଣା ସ୍ଥାନ(ଆଦିବାସୀ ପଡ଼ିଆ)କୁ ଫେରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1706018452.jpg)