Advertisment

ଜାତୀୟ କ୍ରୀଡ଼ା ଦିବସ ଓ ମେଜର ଧ୍ୟାନ ଚାନ୍ଦ

କାହିଁକି ମେଜର ଧ୍ୟାନ ଚାନ୍ଦଙ୍କୁ 'ମ୍ୟାଜିକ୍ ଅଫ୍ ହକି' କୁହାଯାଏ?

author-image
Debibandita Barick
Major Dhyan Chand

Major Dhyan Chand

କ୍ରୀଡ଼ା ଦିବସ ପାଳନ ପ୍ରତିଟି ଭାରତୀୟଙ୍କ ମନରେ ଜାତୀୟତା ମନୋଭାବ ସୃଷ୍ଟି କରେ। କାରଣ ଏହି ଦିବସ ସହ ସେପରି କିଛି ଆତ୍ମୟୀତା ଯୋଡ଼ି ହୋଇରହିଛି। ଦେଶର ଜାତୀୟ କ୍ରୀଡ଼ା ହକି ସାଙ୍ଗକୁ କିମ୍ବନ୍ଦନ୍ତୀ ଆଥଲେଟ ମେଜର ଧ୍ୟାନ ଚାନ୍ଦଙ୍କୁ ମନେ ପକାଏ ଏହି ଦିବସ।

Advertisment

ବାସ୍ତବରେ ମେଜର ଧ୍ୟାନ ଚାନ୍ଦ ସିଂହଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଏ। ଧ୍ୟାନ ଚାନ୍ଦ ଥିଲେ ଜାତୀୟ କ୍ରୀଡ଼ା ହକିର ଯୁଗସ୍ରଷ୍ଟା। ହକି ପ୍ରତି ତାଙ୍କ ଅବଦାନକୁ ମନେ ପକାଇବା ଏବଂ କ୍ରୀଡ଼ାବିତମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।

ଭାରତ ସରକାରଙ୍କ ନିଷ୍ପତ୍ତି କ୍ରମେ 2012ରୁ ଏହି ଦିବସ ପାଳନ କରାଯାଉଛି। ଧ୍ୟାନ ଚାନ୍ଦଙ୍କୁ 'ମ୍ୟାଜିକ୍ ଅଫ୍ ହକି' କୁହାଯାଏ। ତାଙ୍କର 22 ବର୍ଷର କ୍ୟାରିୟରରେ ସେ 400ରୁ ଅଧିକ ଗୋଲ୍ ସ୍କୋର କରିଥିଲେ। 1956 ମସିହାରେ ଦେଶର ତାଙ୍କୁ ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ତେବେ ଏହି ସ୍ୱତନ୍ତ୍ର ଦିବସରେ 'ମ୍ୟାଜିକ୍ ଅଫ୍ ହକି'ଙ୍କ ବିଷୟରେ କିଛି ଜାଣନ୍ତୁ... 

Advertisment

କ୍ରୀଡ଼ା ଦିବସ ଓ ମେଜର ଧ୍ୟାନ ଚାନ୍ଦ
1905 ମସିହାରେ ଆହ୍ଲାବାଦର ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଧ୍ୟାନ ଚାନ୍ଦ। ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ସେ ସେନାରେ ଯୋଗ ଦେଇଥିଲେ। କିନ୍ତୁ ପରେ ସେ ହକିକୁ ଫେରିଥିସେ। ହକିରେ ଯାଦୁ ଦେଖାଇ ଦେଶକୁ ଅନେକ ପୁରସ୍କାର ଭେଟି ଦେଇଥିଲେ। 1928, 1932 ଏବଂ 1936 ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଦଳର ମୁଖ୍ୟ ଭୂମିକା ନିଭାଇ ଥିଲେ ଧ୍ୟାନ ଚାନ୍ଦ। ସେ ତାଙ୍କର 22 ବର୍ଷ କ୍ୟାରିୟର ମଧ୍ୟରେ 400ରୁ ଅଧିକ ଗୋଲ୍ କରିଥିଲେ।

1936 ବର୍ଲିନ୍ ଅଲିମ୍ପିକ୍ସ ଫାଇନାଲରେ ଧ୍ୟାନ ଚାନ୍ଦ ତିନିଟି ଗୋଲ୍ ଦେଇ ଦଳର ନେତୃତ୍ୱ ନେଇଥିଲେ। ଏହି ମ୍ଯାଚରେ ଭାରତ ଜର୍ମାନୀ ବିପକ୍ଷରେ 8-1 ଗୋଲରେ ଜିତିଥିଲେ। ଧ୍ୟାନ ଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ହକି ସଫଳତାର ଶିଖର ଛୁଇଁଥିସା। ସେ କେବଳ ଦଳରେ ଥିବାବେଳେ ନୁହେଁ, ଅବସର ନେବା ପରେ ମଧ୍ୟ ସେ କ୍ରୀଡା ପ୍ରତି ଅବଦାନ ଜାରି ରଖିଥିଲେ ମେଜର ଧ୍ୟାନ ଚାନ୍ଦ।

ସେ ରାଜସ୍ଥାନର ଅନେକ କୋଚିଂ କ୍ୟାମ୍ପରେ ପଟିଆଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସରେ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବା ବ୍ୟତୀତ ଶିକ୍ଷାଦାନ ବି କରିଥିଲେ।

କ୍ରୀଡ଼ା ଦିବସର ମହତ୍ତ୍ୱ
ପ୍ରତିବର୍ଷ ଏହି ଦିବସରେ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଏ। କ୍ରୀଡ଼ାବିତମାନଙ୍କୁ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ଭଳି ସମସ୍ତ କ୍ରୀଡା ସମ୍ବନ୍ଧୀୟ ପୁରସ୍କାର ପ୍ରଦାନ କରାଯାଏ। 

2018ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ଅବସରରେ ଦେଶରେ ବିଭିନ୍ନ ଟୁର୍ନାମେଣ୍ଟ ମଧ୍ଯ ଆୟୋଜିତ ହୋଇଥାଏ। ସ୍କୁଲ୍, କଲେଜ ଓ ୟୁନିଭରସିଟିରେ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ସେମିନାର ଏବଂ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଏ। 

National Sports Day Major Dhyan Chand Magic Of Hockey