Advertisment

ଭାରତୀୟ ସମ୍ବିଧାନ ଓ ଭୀମରାଓ ଆମ୍ବେଦକର

ସାମାଜିକ ନ୍ୟାୟ ଏବଂ ସମାନତା କ୍ଷେତ୍ରରେ ବାବାସାହେବଙ୍କ ଯୋଗଦାନ ଥିଲା ଅନ୍ୟତମ। ଆଜି ଏହି ବିଶିଷ୍ଟ ବ୍ୟକ୍ତିଙ୍କ ୧୩୪ତମ ଜନ୍ମ ଜୟନ୍ତୀ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଭାରତୀୟ ସମ୍ବିଧାନ ପ୍ରଣୟତା ଡକ୍ଟର ଭୀମରାଓ ଆମ୍ବେଦକର। ତାଙ୍କୁ ଅନେକ ଲୋକ ବାବାସାହେବ ନାମରେ ଜାଣନ୍ତି। ସେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ମଧ୍ୟ ଥିଲେ। ସାମାଜିକ ନ୍ୟାୟ ଏବଂ ସମାନତା କ୍ଷେତ୍ରରେ ବାବାସାହେବଙ୍କ ଯୋଗଦାନ ଥିଲା ଅନ୍ୟତମ। ଆଜି ଏହି ବିଶିଷ୍ଟ ବ୍ୟକ୍ତିଙ୍କ ୧୩୪ତମ ଜନ୍ମ ଜୟନ୍ତୀ। 

Advertisment

୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଭୀମରାଓ ଆମ୍ବେଦକର। ସେତେବେଳେ ଭାରତରେ କଠୋର ଜାତି ପ୍ରଥା ପ୍ରଚଳିତ ହେଉଥିଲା। ପିଲାଦିନରୁ ଭୀମରାଓ ଭେଦଭାବର ସମ୍ମୁଖୀନ ହୋଇଥିଲା, ଯାହା ତାଙ୍କୁ ସମାନତା କ୍ଷେତ୍ରରେ ପ୍ରବର୍ତ୍ତାଇଥିଲା। ଜାତି ପ୍ରଥା, ଭେଦଭାବ ସତ୍ତ୍ୱେ ସେ କଠିନ ପରିଶ୍ରମ କରି ବିଦେଶରେ ଅଧ୍ୟୟନ କରିଥିଲେ। କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଥିଲେ ଭୀମରାଓ। 

ଏହା ବ୍ୟତୀତ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଆଇନ ଅଧ୍ୟୟନ କରିବା ପରେ ସେ ଭାରତ ଫେରି ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ଦଳିତ ସମ୍ପ୍ରଦାୟର ଉନ୍ନତି ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ଜାତି ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଶିକ୍ଷା ତଥା ନିଯୁକ୍ତି ସୁଯୋଗରେ ସମାନତା ପାଇଁ ଜୀବନକୁ ଉତ୍ସର୍ଗିତ କରି ଦେଇଥିଲେ ଭୀମରାଓ। ଭାରତୀୟ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Advertisment

ଏହା ବ୍ୟତୀତ ଦଳିତଙ୍କ ପ୍ରତି ଥିବା ସାମାଜିକ ଭେଦଭାବ ଦୂର କରିବା, ମହିଳା ଏବଂ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରିଥିଲେ ଭୀମରାଓ। ସେ ଭାରତୀୟ ସମ୍ୱିଧାନର ପ୍ରଣୟତା ବ୍ୟତୀତ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ, ରାଜନେତା ତଥା ସାମାଜିକ ସଂସ୍କାରକ ଭାବେ ଗୌରବ ଅର୍ଜନ କରିଛନ୍ତି। ଏହା ସହ ସେ ଅନେକଗୁଡିଏ ପୁସ୍ତକ ମଧ୍ୟ ଲେଖି ଯାଇଛନ୍ତି। 

Ambedkar Jayanti Dr Bhimarao Ambedkar Babasaheb