Advertisment

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ଧାର୍ଯ୍ୟ

ବାରାଣସୀର ବୈଦିକ ଆଚାର୍ଯ୍ୟମାନେ ଏହି ସମୟ ନିର୍ଘଣ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Ram Temple

Ram Temple

Advertisment

ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବ ପାଇଁ ଜୋରସୋରରେ ଆଗେଇ ଚାଲିଛି ସମସ୍ତ ପ୍ରକାର ପ୍ରସ୍ତୁତି। ତେବେ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇଛି।

Advertisment

ଜାନୁଆରୀ ୨୨ରେ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ମଧ୍ୟରେ ହେବ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା। ସେହିଦିନ ସବୁଠୁ ଶୁଭ, ସବୁଠୁ ଦିବ୍ୟ ଓ ସବୁଠୁ ମାହେନ୍ଦ୍ର ଏହି ୮୪ ସେକେଣ୍ଡରେ ହିଁ ହେବ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା। ସେଦିନ ୧୧ଟା ୫୧ରୁ ୧୨ଟା ୩୩ ଯାଏ ଥିବା ଅଭିଜିତ ମୁହୂର୍ତ୍ତ ରହିଛି।  ହେଲେ ସବୁ ଦୃଷ୍ଟିରୁ ୧୦ଟି ଶୁଭଲକ୍ଷଣ ଯୁକ୍ତ ହୋଇଥିବାରୁ ଏହି ୮୪ ସେକେଣ୍ଡ ସମୟକୁ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବାଛିଛନ୍ତି ବାରାଣସୀର ବୈଦିକ ଆଚାର୍ଯ୍ୟ।

ଅନ୍ୟପକ୍ଷରେ ପ୍ରତି ଦିନ ଆସୁଛି ଶ୍ରୀରାମ ମନ୍ଦିରର ନୂଆ ନୂଆ ଫଟୋ। ମୁଖ୍ୟ ଦ୍ୱାରରେ ଅବସ୍ଥାପିତ ହେଲେଣି ଶକ୍ତିଶାଳୀ ସିଂହ, ପ୍ରତାପୀ ହାତୀ। ଆଉ ଯେଉଁଠି ରାମ ସେଠି ପରମଭକ୍ତ ହନୁମାନ ତ ରହିବେ। ତେଣୁ ମୁଖ୍ୟ ଦ୍ୱାର ପାଖରେ ସହସ୍ର ବାହୁର ମହାଶକ୍ତି ହନୁମାନଙ୍କୁ ବି ରଖାଯିବାକୁ ପ୍ରସ୍ତୁତି ଚାଲିଲାଣି। ରାଜସ୍ଥାନ ବଂଶୀ ପାହାଡପୁରର ପିଙ୍କ ସ୍ୟାଣ୍ଡଷ୍ଟୋନରେ ଏହି ମୂର୍ତ୍ତି ଗୁଡିକ ନିର୍ମାଣ ହୋଇଛି। ସେହିପରି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଜଣଙ୍କ ପରେ ଜଣେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ଧାରାରେ କୋର୍ଟରେ ମାମଲା ଚାଲୁଥିବା ବେଳେ ମସଜିଦ୍ ପକ୍ଷର ଆବେଦନକାରୀ ଥିବା ଇକବାଲ୍ ଅନସାରୀଙ୍କୁ ନିମନ୍ତ୍ରଣ ଯାଇଛି।

Advertisment

୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ। କିନ୍ତୁ ତା’ ୬ ଦିନ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ। ୧୬ ତାରିଖରେ ସରଜୁ ନଦୀ କୂଳରେ ଅଭିଷେକ ଆରମ୍ଭ ହେବ, ୧୭ ତାରିଖରେ ମଙ୍ଗଳ କଳସ ଯାତ୍ରା, ୧୮ରେ ଗଣେଶ ଅମ୍ବିକା ପୂଜା ହୋଇ ୧୯ରେ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ସ୍ଥାପନା କରାଯିବ। ୨୦ ତାରିଖରେ ଗର୍ଭ ଗୃହକୁ ସରଜୁ ନଦୀ ପାଣିରେ ଶୁଦ୍ଧପୁତ କରାଯାଇ ହେବ ବାସ୍ତୁ ଶାନ୍ତି। ୨୧ ତାରିଖରେ ରାମଲାଲାଙ୍କ ଦିବ୍ୟଅଙ୍ଗକୁ ୧୨୫ ଗରା ପାଣିରେ ସ୍ନାନ କରାଯିବ। ଆଉ ୨୨ରେ ନିଜ ଆସ୍ଥାନରେ ବିରାଜିବେ ରାମ ଲଲା।

Ram Temple Inauguration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe