Advertisment

ଆଣ୍ଟି ଡ୍ରୋନ୍‌ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଲେନ୍ସରେ ଅଯୋଧ୍ୟା

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଡ଼ା ସୁରକ୍ଷାବଳରେ ରହିବ ଅଯୋଧ୍ୟା। ଏଠାକୁ ଅସୁବିଧା ପ୍ରତ୍ୟେକ ବ୍ୟକ୍ତି ଓ ଯାନବାହନ ଉପରେ କଡ଼ା ନଜର ରଖିବ ମାଳମାଳ AI ପରପିଚାଳିତ ସର୍ଭେଲାନ୍ସ କ୍ୟାମେରା। ଏଠାରେ ଡ୍ରୋନ୍‌ ଉଡାଣ ସଂପୂର୍ଣ୍ଣ ବନ୍ଦ ରହିବ।

author-image
Manoranjan Sial
Ram Temple

Ram Temple

୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା। ଆଣ୍ଟି ଡ୍ରୋନ୍‌ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍‌ ସ୍କ୍ୱାଡ। ରାଜ୍ୟ ପୁଲିସ ଓ ସିଆରଫିଏଫ୍‌ ସହ ଏସଟିଏଫ୍‌, ଏଟିଏସ୍‌ ଓ ଏନଆଇଏ ଟିମ୍‌ ସ୍ୱରୁକ୍ଷା ଦାୟିତ୍ୱରେ ରହିବେ। ଭିଡ଼ ନିମନ୍ତ୍ରଣ ଲାଗି ଇଣ୍ଟେଲିଜେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରାଯିବ।

Advertisment

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ରହିଲା ୧୧ ଦିନ। ତା’ପୂର୍ବରୁ ଅରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାପାଠ। ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂଜା ପରେ ଏକ ଅଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ଐତିହାସିକ ମୂହୂର୍ତ୍ତର ସାକ୍ଷୀ ହେବାକୁ ଯାଉଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବା ଲାଗି ଇଶ୍ୱର ମୋତେ ସୃଷ୍ଟି କରିଛନ୍ତି। ଏହାକୁ ଦୃଷ୍ଟିରୁ ରଖି ମୁଁ ୧୧ ଦିନ ବ୍ୟାପୀ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରୁଛି। ଏବେ ମୁଁ ବେଶ ଭାବବିହ୍ୱଳ ହୋଇପଡିଛି। ଏଭଳି ଅନୁଭବ ମୋ ଜୀବନରେ ପ୍ରଥମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଡ଼ା ସୁରକ୍ଷାବଳରେ ରହିବ ଅଯୋଧ୍ୟା। ଏଠାକୁ ଅସୁବିଧା ପ୍ରତ୍ୟେକ ବ୍ୟକ୍ତି ଓ ଯାନବାହନ ଉପରେ କଡ଼ା ନଜର ରଖିବ ମାଳମାଳ AI ପରପିଚାଳିତ ସର୍ଭେଲାନ୍ସ କ୍ୟାମେରା। ଏଠାରେ ଡ୍ରୋନ୍‌ ଉଡାଣ ସଂପୂର୍ଣ୍ଣ ବନ୍ଦ ରହିବ। କୌଣସି ଅଜଣା ଡ୍ରୋନ୍‌ ଦୃଷ୍ଟିଗୋଚର ହେଲେ ଆଣ୍ଟିଡ୍ରୋନ ପ୍ରଣାଳୀ ଦ୍ୱାରା ଏହାକୁ ଖସାଇ ଦିଆଯିବ। କୌଣସି ସନ୍ଦିଗ୍ଧ ଗାଡ଼ି ନଜରକୁ ଆସିଲେ ଟାୟାର କିଲର୍ ବ୍ୟବସ୍ଥା ଦ୍ୱାରା ଏହାକୁ ତୁରନ୍ତ ଅଟକାଇ ଦିଆଯିବ। ଅର୍ଥାତ ଅଯୋଧ୍ୟାର ରକ୍ଷାକବଚ ସାଜିବେ ଏକରୁ ବଳି ଆରେକ ହାଇଟେକ ବ୍ୟବସ୍ଥା।

Advertisment

ରାଜ୍ୟ ପୁଲିସ ସହ ସିଆରଫିଏଫ, ଏସଟିଏଫ୍, ଏଟିଏସ୍ ଓ ଏନଆଇଏ ଟିମ୍ ସୁରକ୍ଷା ଦାୟିତ୍ୱରେ ରହିବେ। ୭ଟି ବଡ଼ ସୁରକ୍ଷା ଏଜେନ୍ସି ଅଯୋଧ୍ୟାର ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଏଠାକୁ ଯାଆସ କରୁଥିବା ଯାନବାହାନର ଚେକିଂ କରାଯାଉଛି। ଅଯୋଧ୍ୟାର ହୋଟେଲ, ଲଜ୍ ଗୁଡିକରେ ମଧ୍ୟ ସୁରକ୍ଷା ଏଜେନ୍ସି ଛାନଭିନ କରୁଛନ୍ତି। ରାମ ମନ୍ଦିର ସୁରକ୍ଷା ପାଇଁ ସରଜୁ ନଦୀ କୂଳରେ ଅତ୍ୟାଧୁନିକ ସର୍ଭିଲାନ୍ସ ରୁମ ନିର୍ମାଣ କରାଯାଇଛି। ନୂଆ କରି ଉଦଘାଟିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ନେଇଛି ସିଆଇଏସଏଫ୍। ଯେ କୌଣସି ଅଘଟଣର ମୁକାବିଲ ଲାଗି ଏନଡିଆରଏଫ ଓ ଅଗ୍ନିଶନ ବାହିନୀ ମୁତୟନ ରହିବେ ବୋଲି ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର କହିଛନ୍ତି।

ସେପଟେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବଳ ଅଯୋଧ୍ୟା ନୁହେଁ, ରାମମୟ ହେବାରେ ଲାଗିଛି ପୂରା ଜଗତ। ବିଦେଶରେ ରହୁଥିବା ଭାରତୀୟ ଓ ରାମଭକ୍ତମାନେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଭବ୍ୟ ଭାବେ ପାଳନ ପାଇଁ ବ୍ୟବସ୍ଥା କରିଛନ୍ତି। ଆମେରିକାରେ ଏକ କାର ରାଲିର ଆୟୋଜନ କରାଯାଇଛି। ଫ୍ରାନ୍ସ ରାଜଧାନୀ ପ୍ୟାରିସ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଅନ୍ୟପକ୍ଷରେ ବିଶ୍ୱର ଅନେକ ଦେଶରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ କରାଯିବ।

Ayodhya Ram Mandir Ram Mandir