Advertisment

ପ୍ରାଣ ସଂଚାର ପରେ ବଦଳି ଯାଇଛି ବାଳକ ଶ୍ରୀରାମ ମୁଖମଣ୍ଡଳ

ପ୍ରାଣ ପ୍ରତିଷ୍ଠା ପର ଦିନଠୁ ନବନିର୍ମିତ ମନ୍ଦିରରେ ବାଳକ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି। ଆକାଳନ ବାହାରେ ପ୍ରତ୍ୟେହ ଭକ୍ତ ଭିଡ଼କୁ ଦେଖି ସାଧାରଣ ଦର୍ଶନ ସମୟକୁ ବଢ଼ାଇଛି ସ୍ଥାନୀୟ ପ୍ରଶାସନ।

Ram

Ram

Advertisment

ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ବାଳକ ଶ୍ରୀରାମ। ପଥରରେ ପ୍ରାଣ ସଂଚାର ପରେ ବଦଳି ଯାଇଛି ମୁଖମଣ୍ଡଳ। ବଦଳି ଯାଇଛି ସୌନ୍ଦର୍ଯ୍ୟ, ବଦଳିଯାଇଛି ରୂପକାନ୍ତି। ପରିବର୍ତ୍ତନ ଏମିତି, ଯେ ଖୋଦ୍ ବିଗ୍ରହ ନିର୍ମାତା ମଧ୍ୟ ଆଶ୍ଚର୍ଯ୍ୟ ନିଜ ନିର୍ମାଣର ଏ ପରିବର୍ତ୍ତିତ ରୂପରେ ନିଜେ ଚକିତ। ନିର୍ମାତା ଏମିତିକି ନିଜ ହାତରେ ଗଢ଼ିଥିବା ମୂର୍ତ୍ତିକୁ ଏବେ ଚିହ୍ନିବାକୁ ଅସମର୍ଥ ବୋଲି କହିଛନ୍ତି ସ୍ଥପତି ଅରୁଣ ଯୋଗୀରାଜ।

Advertisment

ସେ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି। ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି। ହେଲେ ପ୍ରାଣପ୍ରତିଷ୍ଠା ପରେ ରାମଲଲାଙ୍କ ଚାହାଣୀ, ଆକୃତି, ମୁଖର ଭାବରେ ଏତେ ପରିବର୍ତ୍ତନ ହୋଇଛି ଯେ ମୁଁ ଚିହ୍ନି ପାରିଲିନି ବୋଲି କହିଛନ୍ତି ଯୋଗୀରାଜ।

ରାମକଥା ବାଚକଙ୍କ ମତରେ ମୂର୍ତ୍ତିକାର ତ ପଥରକୁ ମୂର୍ତ୍ତିର ରୂପ ଦେଇଛନ୍ତି। ହେଲେ ପ୍ରାଣ ପ୍ରତିଷ୍ଠା ପରେ ସେ ଚାହିଁଛନ୍ତି ବୋଲି ଏମିତି ଦିବ୍ୟ ରୂପରେ ଝଲସୁଛନ୍ତି। ସେ ଇଚ୍ଛା କରିଛନ୍ତି ବୋଲି ଅଦ୍ଭୂତ ମନମୋହକ ରୂପ ଧାରଣ କରିଛନ୍ତି।

Advertisment

ସେପଟେ ପ୍ରାଣ ପ୍ରତିଷ୍ଠା ପର ଦିନଠୁ ନବନିର୍ମିତ ମନ୍ଦିରରେ ବାଳକ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି। ଆକାଳନ ବାହାରେ ପ୍ରତ୍ୟେହ ଭକ୍ତ ଭିଡ଼କୁ ଦେଖି ସାଧାରଣ ଦର୍ଶନ ସମୟକୁ ବଢ଼ାଇଛି ସ୍ଥାନୀୟ ପ୍ରଶାସନ। ଭକ୍ତ ଏଣିକି ସକାଳ ୬ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିପାରିବେ ବୋଲି ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Ayodhya Ram Mandir Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe