Advertisment

ଗର୍ଭଗୃହରେ ସ୍ଥାପନ ହେବ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ କୃଷ୍ଣଶିଳା ବିଗ୍ରହ

କର୍ଣ୍ଣାଟକର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା କୃଷ୍ଣ ଶିଳାରେ ନିର୍ମିତ ରାମଲାଲାଙ୍କ ବିଗ୍ରହରେ ହେବ ପ୍ରାଣ ପ୍ରତିଷ୍ଠା

ଅଦ୍ୟତନ ହୋଇଛି
Arun Yogiraj

Arun Yogiraj

Advertisment

ଆଉ ମାତ୍ର ୬ ଦିନ। ଅନ୍ତ ହେବ ୫ ଶହ ବର୍ଷର ପ୍ରତୀକ୍ଷା। ନିଜ ଜନ୍ମସ୍ଥଳୀ, ମୂଳ ଆସ୍ଥାନରେ ନବ ନିର୍ମିତ ଦିବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ ଶ୍ରୀରାମ। ଏଥିପାଇଁ ଚୂଡ଼ାନ୍ତ ହୋଇଛି ବିଗ୍ରହ ଚୟନ।

Advertisment

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସୂଚନା ଅନୁଯାୟୀ, କର୍ଣ୍ଣାଟକର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା କୃଷ୍ଣ ଶିଳାରେ ନିର୍ମିତ ରାମଲାଲାଙ୍କ ବିଗ୍ରହରେ ହେବ ପ୍ରାଣ ପ୍ରତିଷ୍ଠା। ସବୁ ଦୃଷ୍ଟିକୋଣରୁ ବିଚାର କରି ତିନିଟି ବିଗ୍ରହ ମଧ୍ୟରୁ ପ୍ରାୟ ୧୧ ଜଣ ଟ୍ରଷ୍ଟି ଯୋଗୀରାଜଙ୍କ ପ୍ରତିମାକୁ ପ୍ରଶଂସା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଚମ୍ପତ ରାୟଙ୍କ ସୂଚନା ଅନୁଯାୟୀ ଆସନ୍ତା ୧୮ ତାରିଖରେ ୧୫୦ ରୁ ୨ ଶହ କିଲୋଗ୍ରାମ ଓଜନର ରାମଲଲାଙ୍କ ଏହି ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରାଯିବ।

୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ କାଲିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା, ଉତ୍ସାହିତ ଦେଶ,ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ,ଚମ୍ପତ ରାୟଙ୍କ ସୂଚନା ଅନୁଯାୟୀ, କାଲିଠୁ ଆରମ୍ଭ ହେବାକୁ ଥିବା ରୀତିନୀତି ୨୨ ତାରିଖ ଯାଏଁ ଚାଲିବ। ୨୨ ତାରିଖ ଅପରାହ୍ନ ୧୨ଟା ୨୦ ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ସୁଦ୍ଧା କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥିରୀକୃତ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ୨୦ ଓ ୨୧ ତାରିଖ ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ମନ୍ଦିରରେ କେବଳ ପୂଜକ ହିଁ ରହିବେ। ତେବେ ପ୍ରାଣ ପ୍ରତିଷ୍ଠା ମହୋତ୍ସବର ଟିଭିରେ ସିଧା ପ୍ରସାରଣ ପ୍ରସ୍ତାବ ସଂପର୍କରେ ବିଚାର କରାଯାଉଛି ବୋଲି ସୂଚନା ଦେଇଛନ୍ତି ଚମ୍ପତ ରାୟ।

Advertisment

ଏଥିସହ ନିମନ୍ତ୍ରିତ ଅତିଥିଙ୍କ ସଂପର୍କରେ ସୂଚନା ଦେଇ ଟ୍ରଷ୍ଟ ଅଧ୍ୟକ୍ଷ କହିଛନ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ୫୬ଟି ଦେଶରୁ ଶ୍ରଦ୍ଧାଳୁଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ୧୯ ତାରିଖରୁରୁ ଲକ୍ଷ୍ନୌରୁ ଅଯୋଧ୍ୟା ହେଲିକପ୍ଟର ସେବା ଚାଲିବ। ପ୍ରାୟ ୧୦୦ଟି ବିମାନ ଆସିବା ନେଇ ସୂଚନା ଥିବାରୁ ଅଯୋଧ୍ୟା ଆଖପାଖର ବିମାନ ବନ୍ଦର ସହ ଆଲୋଚନା ଚାଲିଛି। ସ୍ୱତନ୍ତ୍ର ବିମାନ ସହ ନିୟମିତ ବିମାନର ଉଡ଼ାଣ ବି ଜାରି ରହିବ। 

Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe