Advertisment

ବିଜେବିରେ ‘ଲୋକ, ସଂସ୍କୃତ ଓ ଐତିହ’ ସମ୍ପର୍କରେ ଅନ୍ତର୍ଜାତୀୟ ଆଲୋଚନା ଚକ୍ର

ଏହା ତିନି ଦିନ ଧରି ଜାରି ରହିବ। ଦେଶ ଓ ବିଦେଶ ବିଭିନ୍ନ ସ୍ଥାନରୁ ଆସିଥିବା ଦୁଇ ଶହ ଛାତ୍ରଛାତ୍ରୀ ଓ ଗବେଷକମାନେ ‘କଳା, ସଂସ୍କୃତି ଓ ଐତିହ’ ବିଷୟରେ ସେମାନଙ୍କର ଗବେଷଣାକୁ ଉପସ୍ଥାପନ କରିବେ।

author-image
Hemant Lenka
BJB

BJB

ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ, ସମାଜଶାସ୍ତ୍ର ଓ ସମାଜ ସେବା ସ୍ନାତକୋତ୍ତର ବିଭାଗର ମିଳିତ ସହଯୋଗରେ ଗୋଟିଏ ଆନ୍ତର୍ଜାତିକ କାର୍ମଶାଳା ଆରମ୍ଭ ହୋଇଛି। ଏହା ତିନି ଦିନ ଧରି ଜାରି ରହିବ। ଦେଶ ଓ ବିଦେଶ ବିଭିନ୍ନ ସ୍ଥାନରୁ ଆସିଥିବା ଦୁଇ ଶହ ଛାତ୍ରଛାତ୍ରୀ ଓ ଗବେଷକମାନେ ‘କଳା, ସଂସ୍କୃତି ଓ ଐତିହ’ ବିଷୟରେ ସେମାନଙ୍କର ଗବେଷଣାକୁ ଉପସ୍ଥାପନ କରିବେ।

Advertisment

କର୍ମଶାଳାର ପ୍ରଥମ ଦିନରେ ସ୍ୱାଗତ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସହ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କାର୍ଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ, ତ୍ରୈଲୋକ୍ୟନାଥ ପାଣ୍ଡେ, ଡ. ବେରର୍ଣ୍ଟ ହର୍ଣିଂ,ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୁଲାମ ନୈମୁଦ୍ଦିନ ଖାନ, କର୍ମଶାଳାର ସଂଯୋଜିକା ପ୍ରଫେସର ଡ ଇତିଶ୍ରୀ ପାଢ଼ୀ ଓ ନାଲକୋର ସିଏମଡି ଶ୍ରୀଧର ପାତ୍ରଙ୍କୁ ସ୍ୱାଗତ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଉକ୍ତ ସଭାରେ ଜନଜାତି ବର୍ଗଙ୍କ ବିକାଶ ନିମନ୍ତେ ଉଲ୍ଲେଖନୀୟ ଅବଦାନପାଇଁ ପ୍ରଫେସର ଡ ଅଖିଳ ବିହାରୀ ଓତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ କରିଥିଲେ।

Advertisment

କର୍ମଶାଳାର ଉପ-ସଂଯୋଜିକା ଡ ବିଭାବରି ବଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ ବିଭାଗର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀ ଶାଶ୍ଵତ ଯୋଶୀଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Odisha Bhubaneswar Bjb College