Advertisment

‘କିଛି ଲୋକ ଟିଭିରେ ଆସିବା ପାଇଁ ରାମ ମନ୍ଦିର କଥା କହୁଛନ୍ତି’

ଶଙ୍କରାଚାର୍ଯ୍ୟ ଏବେ ପଲିଟିକାଲ ଶଙ୍କରାଚାର୍ଯ୍ୟ ହୋଇଗଲେଣି ବୋଲି ରାମଦେବ ଟାର୍ଗେଟ କରି କହିଛନ୍ତି।

ଅଦ୍ୟତନ ହୋଇଛି
Baba Ramdev

Baba Ramdev

Advertisment

‘କିଛି ଲୋକ ଟିଭିରେ ଆସିବା ପାଇଁ ଏବେ ରାମ ମନ୍ଦିର କଥା କହୁଛନ୍ତି। ସେମାନଙ୍କ କଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ।’ ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍‌ସାଇଟ୍-୨୦୨୪’ରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଯୋଗ ଗୁରୁ ବାବା ରାମଦେବ ଏହି କଥା କହିଛନ୍ତି। 

Advertisment

୪ ଜଣ ଯାକ ଶଙ୍କରାଚାର୍ଯ୍ୟ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ବୋଲି କହିଥିବା ବେଳେ ବାବା ରାମଦେବ ସେମାନଙ୍କୁ ସମାଲୋଚନା କରିଛନ୍ତି। ସେ କହିଥିଲେ, ଶଙ୍କରାଚାର୍ଯ୍ୟ ଏବେ ପଲିକାଟ ଶଙ୍କରାଚାର୍ଯ୍ୟ ହୋଇଗଲେଣି। 

ସେହିପରି ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଥିଲେ। ରାମଦେବ କହିଥିଲେ, କଂଗ୍ରେସକୁ କିଏ ମନା କରିଥିଲା ରାମ ମନ୍ଦିର କରିବାକୁ,  ଧାରା ୩୭୦ ଓ ଟ୍ରିପଲ୍‌ ତଲାକ ଉଚ୍ଛେଦ କରିବାକୁ। ରାହୁଲ ଗାନ୍ଧି ଏବେ ସମଗ୍ର ଭାରତକୁ ଯାତ୍ରା କରୁଛନ୍ତି। କିନ୍ତୁ ସେ ଭାରତର ଆତ୍ମାକୁ ଜାଣି ପାରି ନାହାନ୍ତି। କଂଗ୍ରେସ ନିଜ ସହ ନ୍ୟାୟ କରି ପାରୁନି। ଯେଉଁ ପାର୍ଟି ଦିନେ ସମଗ୍ର ଦେଶରେ ଖୁବ୍‌ ବଡ଼ ପାର୍ଟି ଥିଲା, ତାହା ଏବେ ସଙ୍କୁଚିତ ହୋଇଗଲାଣି। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏଥର ନିର୍ବାଚନ ଜିତିବେ କି ନାହିଁ ତାହା ସନ୍ଦେହ ଘେରରେ। ସେମାନଙ୍କୁ ଆତ୍ମଚିନ୍ତନ, ଆତ୍ମ ମୂଲ୍ୟାୟନ ଓ ଆତ୍ମ ବିଶ୍ଳେଷଣର ଆବଶ୍ୟକତା ରହିଛି। 

Advertisment

ଅପରପକ୍ଷେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ବାବା ରାମଦେବ କହିଥିଲେ, ମୋଦି ସମଗ୍ର ଦୁନିଆରେ ଯୋଗକୁ ପରିଚିତ କରାଇଛନ୍ତି। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ନିଜକୁ ସନାତନ, ହିନ୍ଦୁ, ରାମ ଭକ୍ତ, କୃଷ୍ଣ ଭକ୍ତ ଓ ଶିବ ଭକ୍ତ କହିବାରେ ଗୌରବ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ସନାତନ ଧର୍ମ ଓ ସଂସ୍କୃତିର ବିକାଶ କରିବାକୁ ସର୍ବଦା ଚେଷ୍ଟା କରୁଛନ୍ତି। 

ଜୀବନରେ କେବେ ଛୋଟ ଚିନ୍ତା କରନି। ଟିକେ ବଡ଼ ଚିନ୍ତା କର । ଖାଲି ବଡ଼ ଚିନ୍ତା ନୁହେଁ, ତାକୁ ସାକାର କରିବାକୁ କଠିନ ପରିଶ୍ରମ କର ବୋଲି ବାବା ରାମଦେବ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। 

ଏଥିସହ ବାବା ନିଜ ବକ୍ତବ୍ୟରେ କହିଥିଲେ, କୌଣସି ଆଞ୍ଚଳିକ ଚ୍ୟାନେଲକୁ ଆସିବା ଏହା ମୋର ପ୍ରଥମ। ଓଟିଭି ବିଷୟରେ ବିସ୍ତୃତ ତଥ୍ୟ ଜାଣିବା ପରେ ମୁଁ ଆସିବାକୁ ବ୍ୟଗ୍ର ହେଲି। ଓଡ଼ିଶାର ୬୫ରୁ ୭୦ ପ୍ରତିଶତ ଲୋକ ଓଟିଭି ଉପରେ ଭରସା କରନ୍ତି। ବିଶ୍ୱାସ ଓ ଭରସାର ବଡ଼ ପ୍ରତୀକ ହେଉଛି ଓଟିଭି।

Bhubaneswar Otv Foresight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe