Advertisment

ଧବଳେଶ୍ୱରଙ୍କ ପୀଠରେ ଆଜି ବଡ଼ଓଷା; ବଡସିଂହାର ବେଶ ଦେଖିବାକୁ ପ୍ରବଳ ଭିଡ଼

ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Baba Dhabaleswar

Baba Dhabaleswar

ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।

Advertisment

ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। । ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଥାନ୍ତି ।

gathering of devoteesବାବା ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼ ।

ସେଥିପାଇଁ ଆଜି ରାତି ୩ଟାରେ ଦ୍ଵାର ଫିଟାଯାଇ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଆଜି ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ତାହାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିତରଣ କରାଯିବ। ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ପୀଠରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି

Advertisment
Cuttack Dhabaleswar