Advertisment

ନଭେମ୍ବର ୨୭ରୁ ବାଲିଯାତ୍ରା

ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ ଗତବର୍ଷ ଭଳି ଅନେକ ନୂଆ ପଦକ୍ଷେପ ନିଆଯିବ।

Baliyatra

Baliyatra

Advertisment

ଆସନ୍ତା ନଭେମ୍ବର୨୭ ତାରିଖରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା। ନଭେମ୍ବର୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମହାନଦୀ ପଠାର ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ ଗତବର୍ଷ ଭଳି ଅନେକ ନୂଆ ପଦକ୍ଷେପ ନିଆଯିବ। ଓରମାସ ପକ୍ଷରୁ ଏକ ଜାତୀୟ ସ୍ତରର ପଲିଶ୍ରୀ ମେଳା କରାଯିବା ସହ ଓରମାସର ଷ୍ଟଲ ସଂଖ୍ୟା ଆଉ ୪୦୦କୁ ବୃଦ୍ଧି କରାଯିବ।

ସେହିପରି ଗତବର୍ଷ ହୋଇଥିବା କଟକ ଇନ୍ କଟକରେ ଜିଲ୍ଲାରେ ଥିବା ବିଭିନ୍ନ ସ୍ମାରକୀର ପ୍ରତିକୃତି କରାଯିବା ସହ ଚଳିତ ବର୍ଷ କଟକ ଇନ୍ କଟକ ପାଭିଲିୟନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମେଳା ମଧ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Advertisment

ଗତକାଲି ଆୟୋଜିତ ହୋଇଥିବା ବୈଠକରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସହ ବିଭିନ୍ନ ବିଭାଗର ଅଧିକାରୀ ଆରଡିସି, ସିଡିଏ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ।

Cuttack Bali Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe