ଦେଵସାନ୍ନ ପୂର୍ଣ୍ଣିମା ପୂର୍ବରୁ ଶେଷଥର ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର କରାଯିବ। ଆସନ୍ତା ରୁକୁଣ୍ମୀ ହରଣ ଏକାଦଶୀରେ ମହାପ୍ରଭୁଙ୍କ ବିବାହ ଉତ୍ସବ ହେବାକୁ ଥବାବେଳେ ତା ପୂର୍ବରୁ ବନକଲାଗି ନିତି କରାଯାଉଛି। ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଲ, କଳା ଓ ଧଳାରେ ଦତ୍ତ ମହାପାତ୍ର ସେବକ ମାନେ ମାହାପ୍ରଭୁଙ୍କ ବନକ ଲାଗି କରିବେ।
ବନକଲାଗି ନୀତି ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୭ ଟାରୁ ରାତି ୧୦.୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିପାରିବେ ଭକ୍ତ ମାନେ।