Dhanu yatra
ବରଗଡ଼ରେ ବସିବ ଦରବାର, ଶୁଭିବ କଂସଙ୍କ ଅଟହାସ୍ୟ । ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ମହାରାଜ କଂସଙ୍କ ରାଜୁତି ।
ବରଗଡ଼ ପାଲଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଯମୁନା ନଦୀ । ଆବାଳ ବୃଦ୍ଧବନିତା ପାଲଟିଯିବେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର ।
ଧନୁଯାତ୍ରା ପାଇଁ ସାରା ବରଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଛି। ଶାନ୍ତିଶୃଙ୍ଖଳାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପୁଲିସ ପ୍ରଶାସନ । ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ସହ ୨୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୫୦ ଅଫିସରଙ୍କୁ ମୁତୟନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us