Advertisment

କଂସ ବଧ ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

୧୧ଦିନର ଏହି ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା।

Dhanu jatra

Dhanu jatra

Advertisment

ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। ଗତକାଲି ରାତିରେ କଂସ ବଧ ସହ ସରିଛି ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। କଂସ ବଧ ସହ ଧନୁଯାତ୍ରାରେ ଯବନିକା ପଡ଼ିଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି।

Advertisment

ଶ୍ରୀକୃଷ୍ଣଙ୍କ ସହ ଖରାପ ବ୍ୟବହାର ଓ କ୍ରୁର ଶାସନ ପାଇଁ ପାପ ମୁଣ୍ଡାଇଥିବା କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଆଜି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ପ୍ରଥମେ ମହୋଦଧିରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ।

୧୧ଦିନର ଏହି ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା। ଦେବକୀ ବସୁଦେବଙ୍କ ବିବାହରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା। ଏହାପରେ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ, କୃଷ୍ଣ ଜନ୍ମ, କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଗୋପରୁ ମଥୁରା ଆଗମନ ଓ କଂସ ବଧ ପରିବେଷଣ କରାଯାଇଥିଲା।

Advertisment

୧୧ ଦିନର ରାଜୁତିରେ ମହାରାଜା କଂସଙ୍କ ନଗର ଭ୍ରମଣ ସହ  ଦରବାରରେ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନ କଲ୍ୟାଣ ପାଇଁ ତାଗିଦ କରିଥିଲେ ମହାରାଜା କଂସ।

Bargarh Dhanu Jatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe