Advertisment

ଆଜିଠାରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଆଜିଠାରୁ ଆରମ୍ଭ ହୋଇ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅଦ୍ୟତନ ହୋଇଛି
Bargarh

Bargarh

Advertisment

ଆଜିଠାରୁ ଦୁଲୁକିବ ବିଶ୍ୱର ସବୁଠାରୁ ବଡ଼ ରଙ୍ଗମଞ୍ଚ। ଆଜିଠୁ ଆରମ୍ଭ ବରଗଡ଼ପ୍ରସିଦ୍ଧ ଧନୁଯାତ୍ରା। କଂସଙ୍କ ରାଜ ଦରବାର ସମେତ ରଂଗମହଲ ଓ ବିଭିନ୍ନ ତୋରଣ କାମ ସରିଛି। ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଛି।

Advertisment

ଆଜିଠାରୁ ଆରମ୍ଭ ହୋଇ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି। ରଙ୍ଗ ମହଲକୁ ନୂଆ ରୂପ ଦିଆଯାଇଛି।

ଅନ୍ୟପକ୍ଷରେ ମଞ୍ଚ ପ୍ରସ୍ତୁତ ଥିବା ବେଳେ ଅଭିନୟ ଲାଗି କଳାକାର ମାନେ ମଧ୍ୟ ନିଜ ପ୍ରସ୍ତୁତି ସାରିଛନ୍ତି। ଏଥର ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେଉଛି।

Advertisment
Baragrah Dhanu Jatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe