Advertisment

ବାରୁଣି ସ୍ନାନ ପାଇଁ ଚଳଚଞ୍ଚଳ ଯାଜପୁର: ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ବୁଡ଼ ପକାଇବାକୁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
 Baruni Buda

Baruni Buda

ଆଜି ବାରୁଣି ସ୍ନାନ। ଅନେକ ବର୍ଷ ପରେ ମହା ବାରୁଣି ଯୋଗ ପଡ଼ିଥିବାରୁ ଯାଜପୁର ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

Advertisment

ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ରହିଛି। ସକାଳ ୬.୦୯ ଠାରୁ  ଦିନ ୧୨.୫୭ ମିନିଟ ଯାଏ ବୁଡ ପକାଇବା ପାଇଁ ଯୋଗ ଥିବାରୁ ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ପହଞ୍ଚି ବୁଡ ପକାଇବା ସହ ପିଣ୍ଡ ଦାନ କରିଛନ୍ତି।

ଶ୍ରଦ୍ଧାଳୁମାନେ ସେମାନଙ୍କ ପିତୃପୁରୁଷଙ୍କ ମୋକ୍ଷ ଓ ସ୍ୱର୍ଗ ପ୍ରାପ୍ତି ଉଦ୍ଦେଶ୍ୟରେ ବୈତରଣୀ ନଦୀରେ ବୁଡ ପକାଇବା ସହ ପିଣ୍ଡ ଦାନ କରିଥାନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ ଫୋର୍ସ  ମୃତୟନ କରାଯାଇଛି। 

Advertisment
Jajpur