Advertisment

ମନ ମୋହୁଛି ୯୦ ଫୁଟ୍‌ ଉଚ୍ଚତାର କୁଞ୍ଜଘର

୪୦ ବର୍ଷ ବ୍ୟବଧାନରେ ତୃତୀୟ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ କେନ୍ଦୁପାଲି ଗାଁରେ ଆୟୋଜିତ ହୋଇଛି ୫୬ ପ୍ରହର ବିଶ୍ୱଶାନ୍ତି ନାମଯଜ୍ଞ।

author-image
Manoranjan Sial
ଅଦ୍ୟତନ ହୋଇଛି
Kunga Ghara

Kunga Ghara

ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ... ହରେ ରାମ, ହରେ ରାମ, ରାମ ରାମ ହରେ ହରେ...। ମୃଦଙ୍ଗର ତାଳେ ତାଳେ ହରି ନାମରେ କମ୍ପୁଛି ପୂରା ଅଞ୍ଚଳ। ଆଉ ଝୁମୁଛନ୍ତି ଶ୍ରଦ୍ଧାଳୁ। ପୂରା ପରିବେଶ ଭକ୍ତିମୟ ହୋଇ ଉଠିଛି। କୁଞ୍ଜଘର ଭିତରେ ରାଧକୃଷ୍ଣ ବିଗ୍ରହ ଆଗରେ ଏଭଳି ମସଗୁଲ ହେଉଛନ୍ତି ଶ୍ରଦ୍ଧାଳୁ। ତେବେ ସବୁଠାରୁ ଆକର୍ଷଣୀୟ ହୋଇଛି ୯୦ ଫୁଟ ଉଚ୍ଚତା କୁଞ୍ଜଘର।

Advertisment

୪୦ ବର୍ଷ ବ୍ୟବଧାନରେ ତୃତୀୟ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ କେନ୍ଦୁପାଲି ଗାଁରେ ଆୟୋଜିତ ହେଉଛି ୫୬ ପ୍ରହର ବିଶ୍ୱଶାନ୍ତି ନାମଯଜ୍ଞ। ଏହି ଅବସରରେ ନାମ ସଂକିର୍ତ୍ତନ ସହ ହୋମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅଢେଇ କୋଟି ବ୍ୟୟରେ କେନ୍ଦୁପାଲି ଗ୍ରାମବାସୀଙ୍କ ଉଦ୍ୟମରେ ଆୟୋଜିତ ଏହି ବିଶ୍ୱଶାନ୍ତି ନାମଯଜ୍ଞ ୯ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି। ଅଞ୍ଚଳର ଶାନ୍ତି, ମୈତ୍ରୀ ଓ ସଂହତିର ବାର୍ତ୍ତା ନେଇ ଆୟୋଜିତ ଏଭଳି ଏକ ମହତ କାର୍ଯ୍ୟକ୍ରମର ସଫଳତା ନେଇ ଆୟୋଜକ ଖୁସିବ୍ୟକ୍ତ କରିଛନ୍ତି। ସେପଟେ ଜିଲ୍ଲାପାଳ ଅନ୍ୟା ଦାସ ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦୁପାଲି ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି।

ବିଶ୍ୱଶାନ୍ତି ନାମଯଜ୍ଞରେ ମନ ମୋହୁଛି ୯୦ ଫୁଟ ଉଚ୍ଚର କୁଞ୍ଜଘର। ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ଏହି କୁଞ୍ଜଘରଟି ମୋଟର ଦ୍ୱାରା ଘୁରୁଛି। ଉପରେ ସତ୍ୟା ଯୁଗର ଚିତ୍ର ଓ ଚରିତ୍ର ରହିଥିବା ବେଳେ ତା’ ତଳକୁ ରହିଛି ତ୍ରେତୟା ଯୁଗର ଚିତ୍ର ଓ ଚରିତ୍ର। ତା’ ତଳକୁ ଦ୍ୱାପର ଯୁଗ ଏବଂ ତଳେ କଳିଯୁଗର ଚିତ୍ର ଓ ଚରିତ୍ରକୁ ସ୍ଥାନିତ କରାଯାଇଛି। ଏହି କୁଞ୍ଜ ଘରକୁ ନିର୍ମାଣ କରିବା ପାଇଁ ତିନିମାସ ସମୟ ଲାଗିଥିଲା।

Advertisment

ରିପୋର୍ଟ- ସୋନପୁରରୁ ରବୀନ୍ଦ୍ର ହୋତା

Subarnpur