Advertisment

ବଜ୍ରାସନ କଲେ କ’ଣ ମିଳିବ ଲାଭ?

ପ୍ରତିଦିନ ଅତି କମ୍‌ରେ ୧୦ ମିନିଟ ‘ବଜ୍ରାସନ’ କଲେ ମିଳିଥାଏ ବହୁ ଫାଇଦା। ଯେଉଁ ବ୍ୟକ୍ତି ଅଧିକ ସମୟ ଧରି ବଜ୍ରାସନ୍‌ରେ ବସୁଛନ୍ତି, ସେମାନଙ୍କ ଶରୀରରେ ବହୁ ରୋଗ ଆପେ ଆପେ ଦୂର ହୋଇଯାଏ।

ଅଦ୍ୟତନ ହୋଇଛି
Vajrasana

Vajrasana

Advertisment

ସାଧାରଣ ଆପଣ ଦେଖିଥିବେ, ଖାଲି ପେଟରେ ସକାଳେ ଓ ସନ୍ଧ୍ୟାରେ ଯୋଗ ପ୍ରାଣାୟାମ କରାଯାଏ। ହେଲେ ଯୌଗିକ ପରମ୍ପରାରେ ଏମିତି ଏକ ଆସନ ରହିଛି, ଯାହା ଖାଇସାରିବା ପରେ କରାଯାଏ। ସେହି ଆସନଟି ଶରୀର ପାଇଁ ବହୁ ଲାଭ ଦାୟକ। ସେହି ଆସନର ନାଁ ହେଉଛି ‘ବଜ୍ରାସନ୍’। ବଜ୍ର ଯୁକ୍ତ ଆସନ ହେଉଛି ‘ବଜ୍ରାସନ’। ପ୍ରତିଦିନ ଖାଇସାରିବା ପରେ ଏହି ଆସନ ଅତି କମ୍‌ରେ ୧୦ ମିନିଟ କଲେ ବହୁ ଫାଇଦା ମିଳିଥାଏ।

Advertisment

କେମିତି କରିବେ ବଜ୍ରାସନ୍‌?

ପ୍ରଥମ ମ୍ୟାଟ୍‌ ଉପରେ ଗୋଡ଼କୁ ଲମ୍ବା କରି ବସନ୍ତୁ। ବସିଲା ବେଳେ ମେରୁଦଣ୍ଡକୁ ସିଧା କରି ରଖନ୍ତୁ। ତା’ପରେ ବାମ ହାତରେ ବାମ ଗୋଇଠିକୁ ମୋଡ଼ି ନିତମ୍ବ ତଳେ ରଖନ୍ତୁ। ସେହିପରି ଡାହାଣ ହାତରେ ଡାହାଣ ଗୋଇଠିକୁ ମୋଡ଼ି ନିତମ୍ବ ତଳେ ରଖନ୍ତୁ। ଦୁଇ ଗୋଇଠି ମୋଡ଼ି ହେବା ପରେ ପାଦ ଦୁଇଟି ସ୍ପଷ୍ଟ ଭାବେ ବାହାରକୁ ଦେଖାଯାଉଥିବା ଦରକାର। ଦୁଇ ଗୋଡ଼ର ଦୁଇ ବୁଢା ଅଙ୍ଗୁଳି ପରସ୍ପରକୁ ଲାଗି ରହିବ। ସେହିପରି ଦୁଇ ଗୋଇଠି ମଝିରେ ନିତମ୍ବ ରହିବ। ଅର୍ଥାତ୍ ପୂରା ଶରୀରର ଓଜନ ଦୁଇ ଗୋଇଠି ମଝିରେ ରହିବ। ଆଗରେ ଆଣ୍ଠୁ ଦୁଇଟି ମଧ୍ୟ ଯୋଡ଼ି ହୋଇ ରହିବ। ତା’ପରେ ଆଣ୍ଠୁ ଉପରେ ହାତ ରଖି ମେରୁଦଣ୍ଡ ସିଧା କରି ସାଧାରଣ ନିଃଶ୍ୱାସ ପ୍ରଶ୍ୱାସ ନିଅନ୍ତୁ।

ଯେଉଁମାନେ ନୂଆ ନୂଆ ଯୋଗ କରୁଛନ୍ତି ବା ବଜ୍ରାସନରେ ବସୁଛନ୍ତି, ସେମାନଙ୍କ ପାଇଁ ଏହା ଟିକେ କଷ୍ଟକର ହୋଇପାରେ। କିନ୍ତୁ ଅଭ୍ୟାସ ବଳେ ସବୁ ସମ୍ଭବ। ପ୍ରତିଦିନ ଅଭ୍ୟାସ କଲେ ଯେ କୌଣସି ବ୍ୟକ୍ତି ଦୀର୍ଘ ସମୟ ପାଇଁ ବଜ୍ରାସନରେ ବସିପାରିବେ। ଏମିତି ପ୍ରତିଦିନ ସକାଳେ ଓ ସନ୍ଧ୍ୟା ବେଳେ ବା ଖାଇସାରିବା ପରେ ଅତି କମ୍‌ରେ ୧୦ ମିନିଟ୍‌ ବା ତା’ଠାରୁ ଅଧିକ ସମୟ ବସି ପାରିଲେ ଶରୀର ପାଇଁ ବହୁ ଲାଭ ମିଳିଥାଏ।

Advertisment

ବଜ୍ରାସନ୍‌ କଲେ କଣ ଲାଭ ମିଳିବ?

୧: ବଜ୍ରାସନ୍‌ରେ ବସିଲେ ଶରୀରରେ ରକ୍ତ ସଞ୍ଚାଳନ ବଢ଼ିଥାଏ।

୨: ଖାଇଥିବା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ।

୩: କବଜ୍ ଓ ଏସିଡିଟି ସମସ୍ୟା ଦୂର ହୋଇଥାଏ।

୪: ଉଚ୍ଚ ରକ୍ତଚାପରୁ ଆଶ୍ୱସ୍ତି ମିଳିଥାଏ।

୫: ପିଠିର ତଳ ଭାଗ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

୬: ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରହିଥାଏ।

୭: ଆଣ୍ଠୁ ଓ ନିତମ୍ବର ଶକ୍ତି ବଢ଼ିଥାଏ।

୮: ଭଲ ନିଦ ହୋଇଥାଏ।

୯: ଦୀର୍ଘ ସମୟ ଧରି ବଜ୍ରାସନରେ ବସିଲେ ମନକୁ ନିୟନ୍ତ୍ରଣ କରିପାରିବା ଓ ମନରୁ କ୍ଲାନ୍ତି ଦୂର ହୋଇପାରିବ।

କେଉଁମାନେ ବଜ୍ରାସନ୍‌ କରିବେ ନାହିଁ?

୧: ଯେଉଁମାନଙ୍କ ଜଙ୍ଘ ମୋଟା, ସେମାନେ ବଜ୍ରାସନ୍‌ ନକରିବା ଭଲ।

୨: ଯେଉଁମାନଙ୍କ ଆଣ୍ଠୁ ଓ ନଳି ଗୋଡ ମାଂସପେଶିରେ ଯନ୍ତ୍ରଣା ଥିବ, ସେମାନେ ନବସିବା ଉଚିତ୍।

୩: ଯେଉଁମାନଙ୍କର ହାର୍ଣ୍ଣିଆ, ମଳଦ୍ୱାରରେ ଅଲ୍‌ସର ହୋଇଥିବ, ସେମାନେ ତାଲିମ ପ୍ରାପ୍ତ ଯୋଗ ଶିକ୍ଷକଙ୍କ ପରାମର୍ଶରେ ବଜ୍ରାସନ୍‌ କରିବା ଦରକାର।

ସୂଚନା: ଖାଦ୍ୟ ଖାଇବା ବେଳେ ପାଣି ପିଇଲେ ହଜମ କ୍ରିୟାରେ ବ୍ୟାଘାତ ଘଟିଥାଏ। ତେଣୁ ଖାଦ୍ୟ ସେବନ ବେଳେ ପାଣି ପିଇବା ପାଇଁ ବାରଣ କରାଯାଏ। ଖାଦ୍ୟ ଖାଇବାର ଘଣ୍ଟାଏ ପରେ ପାଣି ପିଇବା ଶରୀର ପାଇଁ ଭଲ। ଖାଇଲା ବେଳେ ଯଦି ଅତି ଆବଶ୍ୟକ ପଡ଼ୁଛି, ତାହାହେଲେ ଅଳ୍ପ ପାଣି ପିଇପାରିବେ।  

World Health Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe