Advertisment

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର; ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼

ଶ୍ରାବଣର ପହିଲି ସୋମବାରରେ ମହାଦେବଙ୍କୁ ଜଳ ଲାଗି କରିଛନ୍ତି କାଉଡ଼ିଆ।

ଅଦ୍ୟତନ ହୋଇଛି
Bolbom devoty

Bolbom devoty

Advertisment

ଶ୍ରାବଣର ଆଜି ପ୍ରଥମ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଡିଆ। ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣିଙ୍କ ପୀଠରେ ଶତାଧିକ ବୋଲବମ୍ ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି। ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର। ଅଧିକାଂଶ ପୀଠରେ ଗତକାଲିଠୁ ଅନେକ କାଉଡିଆ ପହଁଚିସାରିଛନ୍ତି।

Advertisment

ଶ୍ରାବଣର ପହିଲି ସକାଳରେ ମହାଦେବଙ୍କୁ ଜଳ ଲାଗି କରିଛନ୍ତି କାଉଡ଼ିଆ। ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଭିଡ ହୋଇଥିଲେ ବି ସବୁଠୁ ଅଧିକ ଭିଡ଼ ଲାଗିଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ।

ସେହିପରି ଶ୍ରାବଣ ପ୍ରଥମ ସୋମବାରରେ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି କଟକ ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରରେ କାଉଡ଼ିଆ ଲମ୍ବା ଲାଇନରେ ଅପେକ୍ଷାକରି ଜଳାଭିଷେକ କରିଛନ୍ତି।।ଶ୍ରାବଣ ପ୍ରଥମ ସୋମବାରରେ ମନ୍ଦିରରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ ହୋଇଛି। ଧବଳେଶ୍ୱରରେ ମନ୍ଦିରରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କାଉଡ଼ିଆ ମାନେ ପ୍ଲାଷ୍ଟିକ କଳସରେ ପାଣି ନ ଢାଳିବାକୁ ନିୟମ ରହିଛି। ଆଜି ଭୋର୍ ୪ଟାରୁ ବାବାଙ୍କ ମନ୍ଦିର ଖୋଲାଯାଇ ୧୦୮ କଳସରେ ଜଳ ଲାଗି କରାଯାଇଥିଲା।

Advertisment
Bhubaneswar Lingaraj Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe