କାକାଙ୍କ ପାଇଁ ପାଗଳ ଥିଲେ ଯୁବତୀ; ରକ୍ତରେ ଲେଖୁଥିଲେ ଚିଠି

ଯୁବତୀମାନେ ତାଙ୍କ ପାଇଁ ପାଗଳ ପାଲଟି ଯାଉଥିବା ବେଳେ ନିର୍ମାତାମାନେ ତାଙ୍କୁ ଫିଲ୍ମରେ ନେବାକୁ ଲଗାଉଥିଲେ ଲମ୍ବା ଲାଇନ୍‌।

Rajesh Khanna

ରାଜେଶ ଖନ୍ନା ।

Niharika Rout
  • Published: Friday, 29 December 2023
  • Updated: 29 December 2023, 10:07 AM IST

Sports

Latest News

ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଥିଲେ ରାଜେଶ ଖନ୍ନା । ଇଣ୍ଡଷ୍ଟ୍ରିରେ ‘କାକା’ ନାଁରେ ପରିଚିତ ଏହି ଅଭିନେତାଙ୍କ କ୍ରେଜ କାହିଁରେ କେତେ ଥିଲେ। ଯୁବତୀମାନେ ତାଙ୍କ ପାଇଁ ପାଗଳ ପାଲଟି ଯାଉଥିବା ବେଳେ ନିର୍ମାତାମାନେ ତାଙ୍କୁ ଫିଲ୍ମରେ ନେବାକୁ ଲଗାଉଥିଲେ ଲମ୍ବା ଲାଇନ୍‌।

ରାଜେଶଙ୍କ ପରି ଷ୍ଟାରଡମ୍‌ ଏଯାବତ୍‌ ଆଉ କାହାକୁ ମିଳିନାହିଁ। ତାଙ୍କ ପିଲା ବେଳର ନାଁ ଥିଲା ଯତୀନ ଖନ୍ନା। ତାଙ୍କ ବାପାମା’ ତାଙ୍କୁ ଚୁନ୍ନିଲାଲ ଖନ୍ନା ନାମକ ଜଣେ ସଂପର୍କୀୟଙ୍କ ହାତରେ ଟେକି ଦେଇଥିଲେ। ଚୁନ୍ନିଲାଲ ତାଙ୍କୁ ଦିଲ୍ଲୀର ଏକ ପ୍ରତିଷ୍ଠିତ ସ୍କୁଲରେ ପାଠ ପଢ଼ାଇଥିଲେ। ପରେ ସେ ରାଜେଶ ଖନ୍ନା ନାମରେ ଦୁନିଆ ସାମ୍ନାରେ ପରିଚିତ ହେଲେ।

୧୯୬୯ରୁ ୭୫ ମସିହା ପର୍ଯ୍ୟନ୍ତ ରାଜେଶ ଖନ୍ନା ସୁପରଷ୍ଟାର ଥିଲେ। ଉକ୍ତ ସମୟରେ ଜନ୍ମ ହେଉଥିବା ବହୁ ପିଲାଙ୍କ ନାମ ବାପାମା’ ରାଜେଶ ରଖୁଥିଲେ। ଯୁବତୀଙ୍କ ମଧ୍ୟରେ କାକା ଖୁବ୍‌ ଲୋକପ୍ରିୟ ଥିଲେ। ବହୁ ଯୁବତୀ ରକ୍ତରେ ତାଙ୍କ ନିକଟକୁ ଚିଠି ଲେଖୁଥିବା ବେଳେ ବହୁ ଜଣ ତାଙ୍କ ଫଟୋକୁ ହିଁ ବାହା ହୋଇଯାଉଥିଲେ। ଆଉ କିଏ କିଏ ନିଜ ହାତରେ ରାଜେଶଙ୍କ ନାମ ଲେଖି ଦେଉଥିଲେ। ଷ୍ଟୁଡିଓ ବାହାରେ ରାଜେଶଙ୍କ ଗାଡ଼ି ଦେଖିଲେ, ଯୁବତୀମାନେ ତାହାକୁ ନିଜ ଲିପ୍‌ଷ୍ଟିକ୍‌ରେ ଲାଲ କରି ଦେଉଥିଲେ।

Also Read

ରାଜେଶ ଖନ୍ନା ନିଜ ଫିଲ୍ମି କ୍ୟାରିଅର ୧୯୬୬ ମସିହାରେ ‘ଆଖିର ଖତ୍‌’ରୁ ଆରମ୍ଭ କରିଥିଲେ। ଏହାପରେ ୧୯୬୯ ମସିହାରେ ଆସିଥିବା ଫିଲ୍ମ ‘ଆରାଧନା’ ରାତାରାତି ତାଙ୍କୁ ସୁରପଷ୍ଟାର କରିଦେଲା। ୧୯୭୧ ମସିହା ପର୍ଯ୍ୟନ୍ତ ଲଗାତାର ୧୫ଟି ହିଟ୍‌ ଫିଲ୍ମ ଦେଇଥିଲେ ରାଜେଶ ଖନ୍ନା। ସେ ପ୍ରାୟ ୧୬୮ ଫିଲ୍ମରେ କାମ କରିଥିଲେ। ୧୯୭୦ ମସିହାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ହିନ୍ଦୀ ସିନେମାର ସବୁଠୁ ଅଧିକ ଫିସ୍‌ ନେଉଥିବା ଆକ୍ଟର ଥିଲେ।

ରାଜେଶ ଖନ୍ନା ୩ ଥର ସର୍ବଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ମୃତ୍ୟୁ ପରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ମୁମ୍‌ତାଜ ଓ ଶର୍ମିଲା ଟାଗୋରଙ୍କ ସହ ତାଙ୍କ ଯୋଡ଼ି ସୁପରହିଟ୍‌ ଥିଲା। କେବଳ ମୁମତାଜଙ୍କ ସହ ସେ ୮ଟି ସୁପରହିଟ୍‌ ଫିଲ୍ମ ଦେଇଥିଲେ। ରାଜେଶଙ୍କର ବହୁ ହିରୋଇନଙ୍କ ସହ ଆଫେୟର ଚାଲିଥିବା ବେଳେ ଅଚାନକ ନିଜଠୁ ବୟସରେ ବହୁତ ଛୋଟ ଡିମ୍ପଲ କପାଡ଼ିଆଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

ରାଜେଶଙ୍କର ଦୁଇ ଝିଅ ହେଲେ ଟ୍ୱିଙ୍କିଲ ଓ ରିଙ୍କି ଖନ୍ନା। ଟ୍ୱିଙ୍କଲ ତାଙ୍କ ବାପାଙ୍କର ଖୁବ୍‌ ନିକଟତର ଥିଲେ। ଉଭୟଙ୍କ ଜନ୍ମ ଦିନ ମଧ୍ୟ ଗୋଟିଏ ତାରିଖରେ ଅର୍ଥାତ୍‌ ଡିସେମ୍ବର ୨୯ ତାରିଖରେ।

ରାଜେଶ ଖନ୍ନାଙ୍କ ପତନର କାରଣ ପାଲଟିଥିଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଜଞ୍ଜିର’ ଓ ‘ଶୋଲେ’ ପରି ଆକ୍ସନ ଫିଲ୍ମରେ ଅମିତାଭଙ୍କ ଅଭିନୟ ଦେଖି ଫ୍ୟାନ୍‌ମାନେ ରାଜେଶଙ୍କ ରୋମାଣ୍ଟିକ୍‌ ଫିଲ୍ମରୁ ଧୀରେ ଧୀରେ ମୁହଁ ଫେରାଇ ନେଇଥିଲେ। ଏହାପରଠାରୁ ରାଜେଶଙ୍କ ବହୁ ଫିଲ୍ମ ଫ୍ଲଫ୍‌ ହେବାକୁ ଲାଗିଲା।

ରାଜେଶ ମନା କରି ଦେଇଥିବା ବହୁ ଫିଲ୍ମରେ ଅଭିନୟ କରି ଅମିତାଭ ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଏହା ରାଜେଶଙ୍କ ପତନର କାରଣ ପାଲଟିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story