Advertisment

ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ଲାଗି ହେଲା ୮୫୧ ପ୍ରକାରର ବ୍ୟଞ୍ଜନ

ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି।

Prasad

Prasad

Advertisment

ଆଜି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଏହା ବ୍ୟଞ୍ଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ଜଣା। ଏହି ଅବସରରେ ପୁରୀର ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ୮୫୧ ପ୍ରକାରର ବ୍ୟଞ୍ଜନ ଭୋଗ ଲାଗିଛି। ତା’ ମଧ୍ୟରେ ଥିଲା ବିଭିନ୍ନ ପ୍ରକାର ପିଠା, ମିଠା, ଅନ୍ନ, ଶାଗମୁଗ, ରସା, ପାମ୍ପଡ଼, ରାଇତା, ଚଟଣୀ, ଖୀରି ଓ ଅନ୍ୟାନ୍ୟ ସୁସ୍ୱାଦୁ ବ୍ୟଞ୍ଜନ। ରାଧାକୃଷ୍ଣଙ୍କ ପାଖରେ ଲାଗି ହେବା ପରେ ଏହାକୁ ଶ୍ରଦ୍ଧାଳୁ ପରସା ଯାଇଥିଲା। ଶ୍ରଦ୍ଧାଳୁମାନେ ନିଃଶୁଳ୍କ ପ୍ରସାଦ ସେବନ କରିଥିଲେ। ସ୍ୱତନ୍ତ୍ର ଖଲିପତ୍ରରେ ବ୍ୟଞ୍ଜନ ସବୁକୁ ପରସା ଯାଇଥିଲା। ଭକ୍ତମାନେ ଏତେ ପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ।

Advertisment

ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି। ଏହି ଅବସରରେ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରି ରାଧାକୃଷ୍ଣଙ୍କୁ ଅର୍ପଣ କରାଯାଏ। ଏଥର ମଧ୍ୟ ତାହା କରାଯାଇଥିଲା। ଏଥିପାଇଁ ପୂର୍ବ ଦିନରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ୪୦ରୁ ଅଧିକ ମହିଳା ଏହି ସବୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ।

କୁହାଯାଏ, ବାତ୍ସଲ୍ୟ ମମତାରେ ପଡ଼ି ଶ୍ରୀକୃଷ୍ଣ ଦୁର୍ବଳ ହୋଇଯାଇଥିବା ଅନୁଭବ କରିଥିଲେ ମା’ ଯଶୋଦା। ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା’ ଯଶୋଦା। ଖାସ୍‌ ସେଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଖୁଆଇ ଦେଇଥିଲେ ମା’ ଯଶୋଦା। ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ। ଯଦିଓ ଅନ୍ୟ ଏକ କଥା ମଧ୍ୟ ରହିଛି। ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା, ଯାହାକୁ ଦିବ୍ୟ ଚକ୍ଷୁରେ ଦେଖି ପାରିଥିଲେ ରାଧାରାଣୀ ଏବଂ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ କରିଥିଲେ ନାନାଦି ବ୍ୟଞ୍ଜନ। ପରବର୍ତ୍ତୀ ସମୟରେ ଏହାକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe