କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ଚଇତି ପର୍ବ । ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହାକୁ ଅତି ଧୁମଧାମରେ ପାଳନ କରାଯାଇଥାଏ । ତେଣୁ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି ।
ତେଣୁ ଆଜି ମା’ଙ୍କ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଭକ୍ତଙ୍କର ସୁଅ ଛୁଟୁଛି। ଏଥିଯୋଗୁ ମା’ଙ୍କ ପୀଠ ଲୋକାରଣ୍ୟ ହୋଇ ଯାଇଛି।
Also Read
ମା’ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ଦୀର୍ଘ ୮୮ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି ।
ବାର୍ଷିକ ଉତ୍ସବରେ ମାଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଇତି ପର୍ବ ଅବସରରେ ବିଭିନ୍ନ ଅଂଚଳର ଶ୍ରଦ୍ଧାଳୁଙ୍କ ସହଯୋଗରେ ମଗଣାରେ ୭ଦିନ ଧରି ଅନ୍ନ ପ୍ରସାଦ ବଣ୍ଟନ କରାଯାଏ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Events & Festivals
ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ
କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି।
Events & Festivals
ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ
ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।
Events & Festivals
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କଠାରେ ଲାଗିହେଲା ପହିଲି ଭୋଗ
ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ ହୋଇଛି।
Events & Festivals
ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ଲାଗି ହେଲା ୮୫୧ ପ୍ରକାରର ବ୍ୟଞ୍ଜନ
ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି।