Advertisment

ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ, ଛୁଟୁଛି ଭକ୍ତଙ୍କ ସୁଅ

କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ଚଇତି ପର୍ବ । ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହାକୁ ଅତି ଧୁମଧାମରେ ପାଳନ କରାଯାଇଥାଏ ।

ଅଦ୍ୟତନ ହୋଇଛି
Maa Tarini

Maa Tarini

Advertisment

କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ଚଇତି ପର୍ବ । ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହାକୁ ଅତି ଧୁମଧାମରେ ପାଳନ କରାଯାଇଥାଏ । ତେଣୁ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି ।

Advertisment

ତେଣୁ ଆଜି ମା’ଙ୍କ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଭକ୍ତଙ୍କର ସୁଅ ଛୁଟୁଛି। ଏଥିଯୋଗୁ ମା’ଙ୍କ ପୀଠ ଲୋକାରଣ୍ୟ ହୋଇ ଯାଇଛି।

ମା’ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ଦୀର୍ଘ ୮୮ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି ।

Advertisment

ବାର୍ଷିକ ଉତ୍ସବରେ ମାଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଇତି ପର୍ବ ଅବସରରେ ବିଭିନ୍ନ ଅଂଚଳର ଶ୍ରଦ୍ଧାଳୁଙ୍କ ସହଯୋଗରେ ମଗଣାରେ ୭ଦିନ ଧରି ଅନ୍ନ ପ୍ରସାଦ ବଣ୍ଟନ କରାଯାଏ ।

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe