Advertisment

ଫେବ୍ରୁଆରୀ ୧୬ରେ ପବିତ୍ର ମାଘ ସପ୍ତମୀ, ପ୍ରସ୍ତୁତି ଜୋରଦାର

ପୌରାଣୀକ ତଥ୍ୟ ମୁତାବକ, ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ସେହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ।

Magha Saptami

Magha Saptami

Advertisment

ଫେବ୍ରୁଆରୀ ୧୬ ତାରିଖରେ ପଡୁଛି ପବିତ୍ର ମାଘ ସପ୍ତମୀ। ସେ ଦିନ ଚନ୍ଦ୍ରଭାଗାରେ ବୁଡ ପକାଇବା ପାଇଁ ଲାଗିବ ଶ୍ରଦ୍ଧାଳୁଙ୍କ ଭିଡ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାଘ ସପ୍ତମୀକୁ ଶୃଙ୍ଖଳିତ ଭାବେ କରିବା ପାଇଁ ଆଜି କୋଣାର୍କ ଯାତ୍ରୀ ନିବାସରେ ବସିଥିଲା ପ୍ରଥମ ସମନ୍ୱୟ ବୈଠକ। ଏଥିରେ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ।

Advertisment

ପରମ୍ପରା ଅନୁସାରେ ମାଘ ମାସ ତଥା ଆସନ୍ତା ୧୫ ତାରିଖ ଷଷ୍ଠୀ ରାତିରେ ପାରମ୍ପାରିକ ଶୋଭାଯାତ୍ରାରେ ମାଧିପୂରର ଶ୍ରୀଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀଶ୍ରୀ ଦକ୍ଷିନେଶ୍ୱର ମହାଦେବ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ। ୧୬ ତାରିଖ ପ୍ରତ୍ୟୁଷରେ ମହାପ୍ରଭୁଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡିତ ସେବକ ଓ ସାଧୁସନ୍ଥମାନଙ୍କୁ ବୁଡ ପାଇଁ ଅନୁମତି ପ୍ରଦାନ କରାଯିବ। ସାଧୁସନ୍ଥମାନଙ୍କ ବୁଡ ପରେ ଶ୍ରଦ୍ଧାଳୁମାନଙ୍କୁ ବୁଡ଼ ପାଇଁ ଅନୁମତି ଦିଆଯିବ।

ପ୍ରତିବର୍ଷ ପରି ଚଳିତ ବର୍ଷ ବୁଡକୁ ଶୃଙ୍ଖଳିତ କରିବା ପାଇଁ ପବିତ୍ର ତୀର୍ଥ ପୁଷ୍କରଣୀ ଖନନ କରାଯାଇଛି। କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ପକାଇବ। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନରେ ବାରିକେଟ ନିର୍ମାଣ, ଚନ୍ଦ୍ରଭାଗା ମେଳା ପଡିଆରେ ପାନୀୟ ଜଳ ଯୋଗାଣ, ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯିବ। ଏହାଛଡ଼ା ନିରବଚ୍ଛନ୍ନ ଭାବେ ବିଦ୍ୟୁତ ସରବରାହ ପାଇଁ ୩ଟି ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଣାର୍କର ବିଭିନ୍ନ ସ୍ଥାନରେ ୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଥିବା ବେଳେ ୨ଟି ଆମ୍ବୁଲାନ୍ସର ରଖିବାକୁ ନିଷ୍ପତ୍ତି ହୋଇଛି।

Advertisment

ପୌରାଣୀକ ତଥ୍ୟ ମୁତାବକ, ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ସେହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ। ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି।

ଆଜି ସମନ୍ଵୟ ବୈଠକରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷ ସଂଯୁକ୍ତା ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସଦ ପତିଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ତିନି ଠାକୁରଙ୍କ ସେବକମାନେ ଉପସ୍ଥିତ ରହିଥିଲେ।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe