Advertisment

ଶେଷ ସ୍ପର୍ଶ ନେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିଲା ସମୀକ୍ଷା ବୈଠକ। କାମର ଗତି ଓ କ୍ୱାଲିଟି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ମହାପାତ୍ର। କହିଛନ୍ତି, ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମୟରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ।

Puri

Puri

Advertisment

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀସେତୁ ସହିତ ଯଜ୍ଞ ସ୍ଥଳ ବୁଲି ଦେଖିଥିଲେ ସୁରେଶ ମହାପାତ୍ର। ସବୁ ଠିକଠାକ ହୋଇଛି କି ନାହିଁ ତଦାରଖ କରିଥିଲେ।

Advertisment

ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିଲା ସମୀକ୍ଷା ବୈଠକ। କାମର ଗତି ଓ କ୍ୱାଲିଟି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ମହାପାତ୍ର। କହିଛନ୍ତି, ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମୟରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ସେମାନେ ଏହି ସବୁ ସୁବିଧାର ଉପଯୋଗ କରିବେ। ସେବାୟତଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ସୁରେଶ। ତା’ସହ ପୁରୀରୁ ସବୁ ଜିଲ୍ଲାକୁ ଖୁବ୍ ଶୀଘ୍ର ଜଗନ୍ନାଥ ଏକ୍ସପ୍ରେସ ବସ୍ ଗଡିବ। ପ୍ରାୟ ୬୦ଟି ବସ୍ ଗଡିବ ବୋଲି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଦିନ ହିଁ ନୂଆ ଜଗନ୍ନାଥ ଏକ୍ସପ୍ରେସ ବସ୍ ଯୋଜନାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିପାରନ୍ତି।

Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe