Advertisment

କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଅନୁଦାନ ୧୦ ଲକ୍ଷରୁ କୋଟିଏକୁ ବୃଦ୍ଧି

କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।

ଅଦ୍ୟତନ ହୋଇଛି
CM Mohan Majhi at Dhanu Yatra

CM Mohan Majhi at Dhanu Yatra

Advertisment

ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ନିହାର ମହାନନ୍ଦ, ସନତ ଗଡତିଆ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

କଂସ ଦରବାରକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏକାଧିକ ବଡ଼ ଘୋଷଣା କରିଛନ୍ତି। ବରଗଡ଼ ଧନୁଯାତ୍ରା ଅନୁଦାନ ୧ କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା, ଏହାକୁ ୧ କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଯାତ୍ରାରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିଭଳି ବରଗଡ଼ ସହରରେ ଚିତ୍ତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ରାଜମହଲ। ଜିରା ନଦୀରେ ୮୦ କୋଟି ଟଙ୍କା ବ୍ୟୟରେ ଆନିକଟ୍ ନିର୍ମାଣ ହେବ ଏବଂ ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମଂଚରୁ ଘୋଷଣା କରିଛନ୍ତି।

Advertisment

ତେଣେ ଆଜି ହେଉଛି ଯାତ୍ରାର ଦଶମ ଦିନ। ଧନୁଯାତ୍ରାରେ ସାମିଲ ହେବାକୁ ଆସିଥିବା କୃଷ୍ଣ-ବଳରାମ ମଥୁରା ନଗରୀ ପରିଭ୍ରମଣ କରୁଛନ୍ତି। ଏହି ଅବସରର ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ଦୃଶ୍ୟ ମଧ୍ୟ ଅନୁଷ୍ଠିତ ହୋଇଛି। ସେପଟେ ମଥୁରା ନଗରୀରେ କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି କଂସ ମହାରାଜ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।

Bjp Bargarh Dhanu Yatra CM Mohan Majhi CM Mohan Majhi At Dhanu Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe