Advertisment

ମହାରାଜ କଂସଙ୍କ ନିମନ୍ତ୍ରଣ, ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ l

author-image
Jitendra Garnayak
ଅଦ୍ୟତନ ହୋଇଛି
CM Mohan Charan Majhi

CM Mohan Charan Majhi

ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ l ମହାରାଜ କଂସଙ୍କ ନିମନ୍ତ୍ରଣ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ସେଠାକୁ ଯିବେ।

Advertisment

ହେଲିକପ୍ଟରରେ ଭୁବନେଶ୍ୱର ବିମାନବନ୍ଦରରୁ ଝାରସୁଗୁଡ଼ା ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ବରଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି। ଧନୁଯାତ୍ରା ମହୋତ୍ସବ ପାଇଁ ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି କରିଥିବା ଓ ନିମନ୍ତ୍ରଣ ପାଇ ସେଠାକୁ ଯାଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ l ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଗତକାଲି ଯାତ୍ରାର ନବମ ଦିନରେ ମହାରାଜ କଂସ ନଗର ଭ୍ରମଣ କରିବା ସହ ମଥୁରାର ଆମ୍ରବନରେ ଋଷିମୁନିଙ୍କ ଉପରେ ଅତ୍ୟାଚାର କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଧାୟକ ସିଦ୍ଧାନ୍ତ ମହପାତ୍ର କଂସ ମହାରାଜଙ୍କ ଦରବାରରେ ଯୋଗ ଦେଇଥିଲେ। ଆଜି ଯାତ୍ରାର ଦଶମ ଦିନରେ କଂସ ମହାରାଜଙ୍କ ଦିଗବିଜୟ, କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତି, କଂସର ଛାୟା, କଂସର ସ୍ୱପ୍ନ, କୃଷ୍ଣ ବଳରାମଙ୍କ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ଦୃଶ୍ୟ ଅଭିନୀତ ହେବ । ସେହିପରି କୁବୁଜା ଉଦ୍ଧାର, କୃଷ୍ଣ-ବଳରାମଙ୍କ ନଗର ଭ୍ରମଣ ଓ ବୃନ୍ଦାବନ ଗୃହେ ବିଶ୍ରାମ ଦୃଶ୍ୟ ଅଭିନୀତ ହେବ।

Advertisment
Bargarh Dhanu Yatra CM Mohan Charan Majhi