Advertisment

ଦଶହରାରେ ନିଜ ଘରେ ମାଆଙ୍କ ଆରାଧନା କଲେ ମୁଖ୍ୟମନ୍ତ୍ରୀ

ଗତକାଲି ମୁଖ୍ୟମନ୍ତ୍ରୀ ପ୍ରବଳ ବର୍ଷା ସତ୍ତ୍ୱେ ସାଇ ମନ୍ଦିର, ନିୟୁ କଲୋନୀ, ଟେଲିଫୋନ ଏକ୍ସଚେଞ୍ଜ ଛକ ଓ ଆଟୋପୁର ପୂଜାମଣ୍ଡପ ବୁଲି ଦେଖିଥିଲେ। ପରେ ଗୁଜୁରାଟି ସମାଜକୁ ଯାଇ ସେଠାରେ ଦାଣ୍ଡିଆ ଖେଳିଥିଲେ।

CM

CM

Advertisment

କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦଶହରାରେ ନିଜ ଘରେ ପୂଜା କରିଛନ୍ତି। କେନ୍ଦୁଝର ରାଇକଳାର ନିଜ ଘରେ ମାଆଙ୍କୁ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପରେ ଝୁମ୍ପୁରା, ସୁନାରି ପଶି ଓ ଉଖୁଣ୍ଡା ଦୁର୍ଗା ପୂଜାମଣ୍ଡପ ବୁଲି ଦେଖିଥିଲେ। ତାଙ୍କ ସହ ତାଙ୍କ ପତ୍ନୀ, ସାଂସଦ ଅନନ୍ତ ନାଏକ, ତେଲକୋଇ ବିଧାୟକ ଫକିର ନାଏକ ଓ ପାଟଣା ବିଧାୟକ ଅଖିଳ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଗତକାଲି ମୁଖ୍ୟମନ୍ତ୍ରୀ ପ୍ରବଳ ବର୍ଷା ସତ୍ତ୍ୱେ ସାଇ ମନ୍ଦିର, ନିୟୁ କଲୋନୀ, ଟେଲିଫୋନ ଏକ୍ସଚେଞ୍ଜ ଛକ ଓ ଆଟୋପୁର ପୂଜାମଣ୍ଡପ ବୁଲି ଦେଖିଥିଲେ। ପରେ ଗୁଜୁରାଟି ସମାଜକୁ ଯାଇ ସେଠାରେ ଦାଣ୍ଡିଆ ଖେଳିଥିଲେ। ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Durga Puja Kendujhar Cmo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe