Advertisment

ଆସନ୍ତାକାଲି ରାଜଧାନୀରେ ଭସାଣ ଉତ୍ସବ

ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ମଧ୍ୟ ଯାନବାହନ ଯାଇପାରିବ ନାହିଁ। ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ। ଜନପଥ ରାସ୍ତାରେ ଯାନବାହନ ମନା ରହିଛି। ସଚିବାଳୟ ରାସ୍ତା ଦେଇ ଯିବାଆସିବା କରାଯିବ।

author-image
Manoranjan Sial
ଅଦ୍ୟତନ ହୋଇଛି
Capital

Capital

ମହା ଆଡମ୍ୱରରେ ସରିଲା ମହାମାୟାଙ୍କ ପୂଜା ଉତ୍ସୋବ। ରାତି ପାହିଲେ ଭସାଣ ଉତ୍ସବ। ସେଥିପାଇଁ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଉ ଜାରି କରାଯାଇଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ରାଜଧାନୀରେ ଆସନ୍ତାକାଲି ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୧ଟା ପର୍ଯ୍ୟନ୍ତ ମୂର୍ତ୍ତି ବିସର୍ଜନ ଚାଲିବ। ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା ରହିବ।

Advertisment

ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ମଧ୍ୟ ଯାନବାହନ ଯାଇପାରିବ ନାହିଁ। ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ। ଜନପଥ ରାସ୍ତାରେ ଯାନବାହନ ମନା ରହିଛି। ସଚିବାଳୟ ରାସ୍ତା ଦେଇ ଯିବାଆସିବା କରାଯିବ। ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ।

ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା। ସେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ରେ ଯିବ। ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Advertisment
Bhubaneswar Bhubaneswar News Durga Puja