Advertisment

କଟକରେ ଭସାଣ ପାଇଁ ଯାନବାହନ ଚଳାଚଳ ଉପରେ ଲାଗିଲା କଟକଣା

ଗାଇଡଲାଇନ ଅନୁସାରେ ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ।

author-image
Tapaswini Nayak
maa durga

maa durga

ଆସନ୍ତାକାଲି କଟକରେ ମା’ ଦୁର୍ଗାଙ୍କର ଭସାଣ ଉତ୍ସବ।ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ। ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ ପୁଲିସର ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। କାଲିର ଭସାଣ ଉତ୍ସବ ପାଇଁ ପୁଲିସ କମିଶନରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

Advertisment

ଗାଇଡଲାଇନ ଅନୁସାରେ ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ। କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ କରିବାକୁ ମନା କରାଯାଇଛି। ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲଗାଇଛି ପୁଲିସ।

ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ କରିପାରିବନାହିଁ। ଚଣ୍ଡୀ ଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ରାସ୍ତାରେ ବି କଟକଣା ରହିବ। ମେଢ ଯାଉ ନ ଥିବା ସମୟରେ ଟ୍ରାଫିକ ନିର୍ଦ୍ଦେଶରେ ଗାଡ଼ି ଚଳାଚଳ କରିପାରିବ। ତେବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦେଇଛି କମିଶନରେଟ ପୁଲିସ ।

Advertisment
Cuttack