Advertisment

ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଗଢ଼ିଲେ କମିଟି: ଅମିତ୍ ଶାହ ଅଧ୍ୟକ୍ଷ, ୨୩ଜଣ ସଦସ୍ୟ

ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

Harekrushna Mahatab

Harekrushna Mahatab

Advertisment

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ହରେକୃଷ୍ଣ ମହାତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ କେନ୍ଦ୍ର ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଥିବାବେଳେ ଅନ୍ୟ ୨୩ଜଣ ସଦସ୍ୟ ଅଛନ୍ତି। ରାଜ୍ୟର ଅବସରପ୍ରାପ୍ତ ପ୍ରଶାସକଙ୍କ ସମେତ ପ୍ରତିଷ୍ଠିତ ସାହିତ୍ୟିକ ଓ ରାଜନେତାମାନେ ଏହି କମିଟିରେ ସ୍ଥାନ ପାଇଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଜାତୀୟସ୍ତରରେ ମହତାବ ଜୟନ୍ତୀ ପାଳନ ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment

ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏକ୍ସ-ଅଫିସୋ ସଦସ୍ୟ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଓ ଲାଇବ୍ରେରୀ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଏକ୍ସ-ଅଫିସୋ ସଦସ୍ୟ ଓ ସଂସ୍କୃତି ସଚିବ ଅରୁନିଶ୍ ଚାୱାଲା କମିଟିର ସଦସ୍ୟ ସଚିବ ଅଛନ୍ତି।

କମିଟିରେ ସଦସ୍ୟ ଭାବେ ବିଜେପି ନେତା ମନମୋହନ ସାମଲ, ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଓ ସ୍ୱପନ ଦାସଗୁପ୍ତାଙ୍କ ସମେତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅର୍ଥନୀତିକ ଉପଦେଷ୍ଟା ପରିଷଦର ସଦସ୍ୟ ସଞ୍ଜିବ ସାନ୍ୟାଲ, ଜାତୀୟ ଐତିହ୍ୟ ପ୍ରାଧିକରଣ ଅଧ୍ୟକ୍ଷ ପ୍ରଫେସର କିଶୋର ବାସା, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ କୁମାର ରାଏ, ଅବସରପ୍ରାପ୍ତ ଆଇଏଏସ୍ ଯୁଗଳ କିଶୋର ମହାପାତ୍ର, ଅବସରପ୍ରାପ୍ତ ଆଇଏଫଏସ୍ ଲଳିତ ମାନସିଂ, ଅବସରପ୍ରାପ୍ତ ଆଇଆରଏସ୍ ସିଦ୍ଧାର୍ଥ ପ୍ରଧାନ, ଓଡ଼ିଆ ଲେଖିକା ଡଃ ପ୍ରତିଭା ରାୟ, ଗୌରହରି ଦାସ, ଡଃ ରାଜେନ୍ଦ୍ର କିଶୋର ପଣ୍ଡା, ଡଃ ହରପ୍ରସାଦ ଦାସ ଓ ଓଡ଼ିଆ ଲେଖକ ତରୁଣକାନ୍ତି ମିଶ୍ର(ପୂର୍ବତନ ମୁଖ୍ୟ ସଚିବ)ଙ୍କୁ ଏହି କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି।

Advertisment

ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମର ରୂପରେଖା ପ୍ରସ୍ତୁତ କରିବା ସହ ନୀତିଗତ ନିଷ୍ପତ୍ତି ଓ ଗାଇଡଲାଇନ୍ ଏହି କମିଟି ସ୍ଥିର କରିପାରିବେ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ରାଜ୍ୟ ସରକାରଙ୍କ ଦ୍ୱାରା ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀର ୩ଦିନିଆ ସ୍ମରଣୋତ୍ସବ ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପରେ ୩ଦିନ ଧରି ପାଳନ ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି।

Amit Shah Harekrushna Mahatab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe