Advertisment

ନଭେମ୍ବର ୨୭ରୁ କଟକ ବାଲିଯାତ୍ରା; ଆଜିଠାରୁ ଆରମ୍ଭ ହେଲା ପ୍ଲଟ୍‌ ପଞ୍ଜିକରଣ

ଦଶରା ଗଲା, ଆଗକୁ ଆସୁଛି ବାଲିଯାତ୍ରା। ହେଲେ ଏଯାଏ ଖୋଲିଲାନି କଟକ ଯୋବ୍ରା, ଷ୍ଟାଡିୟମ୍‌ ଅଞ୍ଚଳରେ ତିଆରି ହୋଇଥିବା ଶୌଚାଳୟ। ନିର୍ମାଣ ସରିବାର ୧୧ ମାସ ପରେ ମଧ୍ୟ ଶୌଚାଳୟ ଗୁଡ଼ିକରେ ଝୁଲୁଛି ତାଲା।

Bali Yatra

Bali Yatra

Advertisment

ଆସନ୍ତା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଐତିହାସିକ କଟକ ବାଲିଯାତ୍ରା। ୮ ଦିନ ଧରି ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ସରସ ସୁନ୍ଦର କରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ। ସେଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ୍‌ ପଞ୍ଜିକରଣ କାର୍ଯ୍ୟ। ବାଲିଯାତ୍ରା ଷ୍ଟଲ ପାଇଁ ପୃଷ୍ଠପୋଷକଙ୍କ ପଞ୍ଜିକରଣ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ସାଧାରଣ ବ୍ୟବସାୟୀଙ୍କ ପାଇଁ ପଞ୍ଜିକରଣ ନଭେମ୍ବର ୪ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟ ଷ୍ଟଲ ନିଲାମ କରାଯିବ। ତେବେ ଭଲ ବ୍ୟବସାୟ ସହିତ ଲକ୍ଷାଧିକ ଲୋକଙ୍କ ସାମ୍ନାରେ ନିଜ ବ୍ୟବସାୟକୁ ପ୍ରଦର୍ଶନ କରିବାର ଏହା ବଡ଼ ସୁଯୋଗ ବୋଲି ବ୍ୟବସାୟୀ କହିଛନ୍ତି।

Advertisment

ଦଶରା ଗଲା, ଆଗକୁ ଆସୁଛି ବାଲିଯାତ୍ରା। ହେଲେ ଏଯାଏ ଖୋଲିଲାନି କଟକ ଯୋବ୍ରା, ଷ୍ଟାଡିୟମ୍‌ ଅଞ୍ଚଳରେ ତିଆରି ହୋଇଥିବା ଶୌଚାଳୟ। ନିର୍ମାଣ ସରିବାର ୧୧ ମାସ ପରେ ମଧ୍ୟ ଶୌଚାଳୟ ଗୁଡ଼ିକରେ ଝୁଲୁଛି ତାଲା। ଲୋକଙ୍କ ସୁବିଧା ପାଇଁ ଯଥାଶୀଘ୍ର ଶୌଚାଳୟ ଖୋଲିବାକୁ ବାରମ୍ବାର ଦାବି ହୋଇଛି। ହେଲେ ସିଏମସି ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଏପରକି ‘ସୁବାସ’ ସଂଗଠନ ପକ୍ଷରୁ ବାଲଟି-ମଗ ଧରି ପ୍ରତିବାଦ କରିବା ସହ ଶୈାଚାଳୟ ସମ୍ମୁଖରେ ଯଜ୍ଞ କରାଯାଇଥିଲା। ତଥାପି ସିଏମସି ପକ୍ଷରୁ ଶୌଚାଳୟ ଉଦଘାଟନ କରଗଲାନି। ଯାହାକୁ ନେଇ ଯାତ୍ରୀମାନେ କ୍ଷୋଭ ପ୍ରକାଶ କରିଥିବା ବେଳେ ସିଏମସିର ଅପରାଗତାକୁ ଦାୟୀ କରିଛନ୍ତି ସୁବାସ ସଂଗଠନ କର୍ମକର୍ତ୍ତା।

କଟକ ଯୋବ୍ରା, ଷ୍ଟାଡିୟମ ଓ ରିଂ ରୋଡ଼ ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରିଛନ୍ତି। ମେଡିକାଲଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ପାଇଁ ବ୍ୟସ୍ତବହୁଳ ରହିଥାଏ ଏହି ରାସ୍ତା। ହେଲେ ସାମାନ୍ୟତମ ଶୌଚାଳୟର ବ୍ୟବସ୍ଥା ନଥିବାରୁ ଶୌଚ କରିବାକୁ ସମସ୍ୟା ଭୋଗିଥାନ୍ତି ଲୋକ। ସେପଟେ କଟକ ମେୟର ସୁବାସ ସିଂ କହିଛନ୍ତି, ନିର୍ମାଣ କାମ ଶେଷ ହୋଇଛି। ମାତ୍ର ବିଦ୍ୟୁତ ସଂଯୋଗ ଓ ପାଣି ସୁବିଧା ହୋଇନି। ରକ୍ଷାଣବେକ୍ଷଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବାର ବିଳମ୍ବ ହୋଇଛି। ଯଥାଶୀଘ୍ର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରି ଶୌଚାଳୟ ଖୋଲାଯିବ ବୋଲି କହିଛନ୍ତି କଟକ ମେୟର।

Advertisment
Cuttack Bali Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe